ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ତାଲିମ ହଲ ଠାରେ ନିଖିଳ ଉତ୍କଳ ଅଣ ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଜିଲ୍ଲା ଶାଖା ଗଜପତି ର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସଭାପତି ଶରତ ଚନ୍ଦ୍ର ପରିଚ୍ଛା, ଉପ ସଭାପତି ନରେନ୍ଦ୍ର କୁମାର ଚୌଧୁରୀ, ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ , ପରାମର୍ଶଦାତା ସୂର୍ଯ୍ୟକାନ୍ତ ପଟ୍ଟନାୟକ ଓ ଚିତ୍ତ ରଞ୍ଜନ ମିଶ୍ର, ଲଳିତେନ୍ଦୁ ଦଳେଇ, ସଞ୍ଜୀବ କୁମାର ହୋତା ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ପଶୁ ନିରୀକ୍ଷକ, ଭେଟେନେରୀ ଟେକ୍ନିସିୟାନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ସଭାପତି ଭାବେ ଗୌରହରି ବେହେରା, ଉପ ସଭାପତି ଏସ. ବିର ରାଜୁ, ସମ୍ପାଦକ ବିଭୁତି ଭୂଷଣ ଗନ୍ତାୟତ, କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ସଂଗଠନ ସମ୍ପାଦକ ଶଙ୍କର ରାଓ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକ୍ରମ ଅବସରରେ ଦାବି ଗୁଡିକ ମଧ୍ୟ ଉପସ୍ଥାପିତ କରାଯାଇଛି । ଦାବି ଗୁଡିକ ହେଲା କେଡର ରିଷ୍ଟ୍ରକଚର, ମୂଳ ଦରମାର ଅଂଶଗତି ଦୂରୀକରଣ, ପ୍ରତ୍ୟେକ ପ୍ରାଣୀ ସହାୟକ କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦେବା ପାଇଁ ଦାବି ରହିଛି ।