ଦୁଇ ପରିବାର ର 6 ଅନାଥ ଶିଶୁଙ୍କୁ ପ୍ରଶାସନର ସହାୟତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଭିନ୍ନ ସମ୍ବାଦ ପତ୍ର ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ଖବର ପାଇଲା ପରେ ଜିଲ୍ଲା ପ୍ରଶାସନ ଏବଂ ବ୍ଳକ ପ୍ରଶାସନ ଅନାଥ ପିଲା ମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଛି । ରାୟଗଡ ପଞ୍ଚାୟତ ସମିତି ର କରଡ଼ା ସିଙ୍ଗି ପଞ୍ଚାୟତ ର ନୂଆ ସାହି ଗ୍ରାମର ଦୁଇ ଗୋଟି ପରିବାର ରୁ 6 ଜଣ ଅନାଥ ଶିଶୁ ମାନଙ୍କୁ ଦୁଇ ଦିନ ତଳେ ଚିହ୍ନଟ କରାଯାଇଥିଲା । ପ୍ରଥମେ ରାୟଗଡ ପଞ୍ଚାୟତ ସମିତିର ତହସିଲଦାର ଏବଂ ଭାରପ୍ରାପ୍ତ ବ୍ଳକ ଉନ୍ନୟନ ଅଧିକାରୀ ପିଲାମାନଙ୍କ ପାଖରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବାର 24 ଘଣ୍ଟା ନ ପୁରୁଣୁ ଜିଲ୍ଲା ପ୍ରଶାସନ ସମସ୍ତ ପିଲାଙ୍କୁ ପାରଳାଖେମୁଣ୍ଡି ଆଣି ପ୍ରଥମେ ଶିଶୁ ମଙ୍ଗଳ ସମିତି ଗଜପତି ଆଗରେ ଉପସ୍ଥାପନ କରିଥିଲେ । ତା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶ ରେ ଦୁଇଟି ପରିବାର ଗୋଟିଏ ଗୋଟିଏ ଗୋଟିଏ ପିଲାଙ୍କୁ ମାସିକ 2000 ଟଙ୍କା ପୁଷ୍ଟ ପୋଷକତା ରାଶି ହିସାବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଯୋଗାଇ ଦିଆଯାଇଛି । ଯାହାକି ଆସନ୍ତା ମାସ ଠାରୁ ମାସିକ 4000 ଟଙ୍କା ଲେଖାଏଁ ଯୋଗାଇବାର ବ୍ୟବସ୍ଥା ରହିଛି । ଅନ୍ୟ ପଟେ ଗୋଟିଏ ପରିବାରର ଜଣେ ସ୍ନାତକ ରେ ପାଠ ପଢ଼ୁଥିବା ହେତୁ ତାହାରି ନାମରେ ଗ୍ରୀନ ପ୍ୟାସେଜର ପ୍ରମାଣ ପତ୍ର ଇସ୍ୟୁ କରାଯାଇଛି । ଦୁଇ ପରିବାର ର ଦୁଇ ଜଣ ଶିଶୁ ସଦ୍ୟ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ହେତୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି , ଯେଉଁଥିରେ କି ପିଲାମାନେ ବୈଷୟିକ ଶିକ୍ଷା ରେ ନାମ ଲେଖାଇବା ପାଇଁ ରାଜି ହୋଇଛନ୍ତି । ଏହି ପିଲାମାନଙ୍କୁ ଜିଲ୍ଲା ପ୍ରଶାସନ ମାଗଣାରେ ଆଇ ଟି ଆଇ ପଲିଟେକ୍ନିକ ରେ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି । ସେଥି ମଧ୍ୟରୁ ଗୋଟିଏ ପରିବାରର ଗୋଟିଏ ଶିଶୁ ଦିବ୍ୟାଙ୍ଗ ହୋଇ ଥିବାରୁ ତାହାର ପ୍ରମାଣ ପତ୍ର ପାଇଁ ଆଜି ମେଡ଼ିକାଲ ବୋର୍ଡରେ ଉପସ୍ଥାପିତ କରାଯାଇଛି । ଏହି ପିଲାକୁ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭତ୍ତା ଦେବା ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅଛି । ଗତକାଲି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପିଲାମାନଙ୍କୁ ଭେଟି ପୁରା ପ୍ରଶାସନ ପିଲାଙ୍କ ପାଖରେ ଅଛନ୍ତି ବୋଲି କହି ପିଲାମାନଙ୍କୁ ଆଶ୍ୱାସନା ଦେବା ସହ ଉତ୍ସ।ହିତ କରିଥିଲେ । ଏହା ସହ ପୁଷ୍ଟ ପୋଷକତା ରାଶି ଏବଂ ଗ୍ରୀନ ପ୍ୟାସେଜ ପ୍ରମାଣ ପତ୍ର ପିଲାଙ୍କୁ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *