ନୟାଗଡ଼ ଇନରହୁଇଲ କ୍ଲବ ର ଇନ୍ସଟାଲେସନ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଇନରହୁଇଲ କ୍ଲବ ର ଇନ୍ସଟାଲେସନ କାର୍ଯ୍ୟକ୍ରମ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ର ନୂତନ ସଭାପତି ଭାବେ ଡ.ଜ୍ୟୋସ୍ନାମୟୀ ପଟ୍ଟନାୟକ ମନୋନୀତ ହୋଇଥିବା ବେଳେ ସମ୍ପାଦିକା ଭାବେ ଶ୍ରୀମତୀ ନମିତା ନନ୍ଦ ମନୋନୀତ ହୋଇଛନ୍ତି । ପୁର୍ବତନ ସଭାପତି ଶ୍ରୀମତୀ ସ୍ମିତା ସ୍ବାଇଁ ଏବଂ ସମ୍ପାଦୀକା ଇପ୍ସିତା ଦାସ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ଏବଂ ସମ୍ପାଦକ ଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟଭାର ଅର୍ପଣ କରିଥିଲେ । ନୂତନ ସଭାପତି ଜ୍ୟୋସ୍ନାମୟୀ ପଟ୍ଟନାୟକ କ୍ଲବ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗ କାମନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ରୋଟାରୀଆନ ଧୀରେନ୍ଦ୍ର ପଟ୍ଟନାୟକ, ରୋଟାରୀଆନ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ସୁବୋଧ୍ୟ ଚନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ କୁମାର ବସନ୍ତିଆ , ରୋଟାରୀ କ୍ଲବ ସଭାପତି ପ୍ରବିର କୁମାର ପୃଷ୍ଟି, ଅବଦୁଲ୍ ଆରିଫ ଖାଁ, ପୁର୍ବତନ ସମ୍ପାଦିକା ଶ୍ରୀମତୀ ସୈାଦାମିନୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ନୂତନ ସମ୍ପାଦିକା ଶ୍ରୀମତୀ ନମିତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *