ରାସ୍ତା ପାଲଟିଛି ପୋଖରୀ : ପ୍ରଶାସନ ର ନିଦ ଭାଙ୍ଗୁନି !!!

Spread the love

କଳାପଥର // ବୋଲଗଡ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ // ଗଙ୍ଗାଧର ସାହୁ : ବହୁବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନର ନଜର ପଡୁନାହିଁ କୋଦବେରଣୀ ବାଇପାସ ରାସ୍ତା ଉପରେ । ଖୋର୍ଦ୍ଧା, କଳାପଥର ଓ ବୋଲଗଡକୁ ସଂଯୋଗ କରୁଥିବା କୋଦବେରେଣୀ ବାଇପାସ ଛକଟି ଏକ ଜନ ଗହଳିପୂର୍ଣ୍ଣ ଅଞ୍ଚଳ ଅଟେ ।ଦୁଇ ମାସ ତଳେ ତିଆରି ହୋଇଥିବା ରାସ୍ତାଟି ଅସରାଏ ବର୍ଷାରେ ଧୋଇ ହୋଇ ଗଲାଣି । ଭାରିଯାନ ପ୍ରତିଦିନ ଯିବା ଆସିବା କରିବା ଦ୍ବାରା ସେହି ନିର୍ଦ୍ଧିଷ୍ଟ ଅଂଶ ଟି ଏକ ଗ୍ରାମ୍ୟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ପ୍ରତି ସଂଧ୍ୟାରେ ଏହି ଠାରେ ଦୁର୍ଘଟଣା ମାନ ବାରମ୍ବାର ଘଟୁ ଥିଲେବି , ପ୍ରଶାସନ କିମ୍ବା ଜନ ପ୍ରତିନିଧିଙ୍କର ନଜର ଏହି କଦର୍ଯ୍ୟ ରାସ୍ତା ଉପରେ ପଡୁନାହିଁ । ଯଦିଓ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରୁଛନ୍ତି । ବାରମ୍ବାର ଚେତାବନି ଦ୍ବାରା ଯଦି ରାସ୍ତା କାମଟି ପୁନର୍ବାର ଭଲରେ କରାନଯାଏ ତେବେ ଆଗକୁ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ କରାଯିବ ବୋଲି ଠଣାପଲ୍ଲୀ , କୋଦବେରେଣୀ ଏବଂ ଶ୍ରୀରାମପୁର ଲୋକମାନେ ଅସନ୍ତୋଷରେ କହିଛନ୍ତି । ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଶାସନ ଏଥପ୍ରତି ତୁରନ୍ତ ଦୃଷ୍ଟିଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *