ବୃକ୍ଷ ହିଁ ଜୀବନ : ବୃକ୍ଷ ବିନା ଜୀବଜଗତ ଅସମ୍ଭବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ଅସମ୍ଭବ । ଏହି ବାର୍ତ୍ତା ଦେଇ ନୟାଗଡ଼ ଇନର ହୁଇଲ କ୍ଲବ ପକ୍ଷରୁ ପାଣିପୋଇଲା ସ୍ଥିତ ମଦର ଆବାସିକ ଆଶ୍ରମ ବିଦ୍ୟାଳୟ ଠାରେ ଏକ ଶହ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯିବା ସହ ଆଶ୍ରମ ପିଲା ମାନଙ୍କୁ ପାଠ୍ୟ ଉପକରଣ ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା । ଇନରହୁଇଲ କ୍ଲବ୍ ର ସଭାପତି ଡ଼. ଜ୍ୟୋସ୍ନାମୟୀ ପଟ୍ଟନାୟକ, ସମ୍ପାଦକ ନମିତା ନନ୍ଦ, କାର୍ଯ୍ୟକାରୀଣୀ ସଦସ୍ୟା ସୈାଦାମିନୀ ସ୍ବାଇଁ, ସାରଳା ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିବା ସହ ଆଶ୍ରମ ର ପରିଚାଳନା ନିର୍ଦ୍ଦେଶିକା ପ୍ରଭାସିନୀ ନନ୍ଦ ଙ୍କ ଆଶ୍ରମ ପ୍ରତି ଅବଦାନ କୁ ଭୁୟସୀ ପ୍ରଶଂସା କରିଥିଲେ । କ୍ଲବ୍ ର ସଦସ୍ୟା ଡଃ. ସୁକାନ୍ତି ମହାନ୍ତି, ସସ୍ମିତା ପଟ୍ଟନାୟକ, ତପସ୍ଵିନୀ ପଟ୍ଟନାୟକ, ସନରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *