ମହାଦେବ ଯୁବକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ବ୍ଲକ ଅନ୍ତର୍ଗତ ନାତିଡି ଗ୍ରାମରେ ମହାଦେବ ଯୁବକ ସଙ୍ଘ ନାତିଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସଙ୍ଘର ସଭାପତି ହିରୋନ ଗଡ଼ନାୟକ ଓ ସମ୍ପାଦକ ବିକାଶ ସାମଲଙ୍କ ତତ୍ୱବୋଧନାରେ ଗାଁ ପିଢ଼ ପଡିଆ ଠାରେ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ହଁ ଜୀବନ , ବୃକ୍ଷ ରୋପଣ କଲାପରେ ତାର ରକ୍ଷଣ ବେକ୍ଷଣ ସମସ୍ତ ଙ୍କ ଦାୟିତ୍ୱ ବୋଲି ସଭାପତି ହିରୋନ ଗଡ଼ନାୟକ ଓ ସମ୍ପାଦକ ବିକାଶ ସାମଲ ନିଜ ବ୍ୟକ୍ତବ୍ୟ ମଧ୍ୟମରେ ପ୍ରକାଶ କରିଥିଲେ । ସଙ୍ଘର ସଭାପତି କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ । ପରିଶେଷରେ ସଙ୍ଘର ସମସ୍ତ ସଦସ୍ୟ ମାନେ ପିଢ଼ ପଡ଼ିଆରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ । ସୁବୋଧ ଗଡ଼ନାୟକ, ଡିଶୁ ଦଣ୍ଡିଆ, ଅନଧା ସାହୁ, ସିଲୁ ଗଡ଼ନାୟକ, ଚଗଲା ସାମଲ, ଶିବାଜୀ ଦଣ୍ଡିଆ, ପ୍ରିୟବ୍ରତ ଗଡ଼ନାୟକ, ଆନନ୍ଦ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ସଂଗଠନକୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *