ନୟାଗଡ଼ ପୁଲିସ ଟ୍ରେନିଂ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ସ୍ବାଧିନତା ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୁଲିସ ଟ୍ରେନିଂ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ତାଙ୍କର ଅଭିଭାଷଣରେ ନୟାଗଡ଼ ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୟାଗଡ଼ ମାଟି କଳା, ସାହିତ୍ୟ, ସଂସ୍କୃତିର ମାଟି , ଏହି ମାଟି ର ସ୍ବାଧୀନତା ସଂଗ୍ରାମ ପ୍ରତି ଅବଦାନ କିଛି କମ୍ ନୁହେଁ ବୋଲି ପ୍ରକାଶ କରିଥିଲେ । ଏ ମାଟିର ବରପୁତ୍ର ମାନେ ସ୍ବାଧୀନତା ସଂଗ୍ରାମରେ ନିଜର ଅସୀମ ତ୍ୟାଗ, ଆତ୍ମବଳି ଦେଇ ସ୍ବାଧୀନତା ଆଣିଥିଲେ । ସେମାନେ ଆମ ମାନଙ୍କ ପାଇଁ ଚିର ନମସ୍ୟ ବୋଲି କହିଥିଲେ । ସେହିପରି ଭାବେ ନୟାଗଡ଼ ସହରରେ ସାମ୍ବାଦିକ ଭବନ ରେ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ପତାକା ଉତ୍ତୋଳନ କରିଥିଲେ । ନୟାଗଡ଼ ସହରର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସାହି , ବସଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ ଏବଂ ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ ବହୁ ଆଡ଼ମ୍ବରେ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *