ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପ୍ଲବୀ ଯୁବ ପରିଷଦ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳନ କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କୁ ସଚେତନତା କରିଥିଲେ । ଏଥିରେ ହରିଡା, ବାହାଡ଼ା, ଅଁଳା, କରଞ୍ଜ ଓ ନିମ୍ବ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କ୍ଲବର ସଦସ୍ୟ ଦେବ ଦୁର୍ଲଭ ଦାଶ ଓ ଦିଲ୍ଲୀପ କୁମାର ଗୋଛିଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ ।


