ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଲଘୁଚାପ ଜନିତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳ ସ୍ତର ବୃଦ୍ଧି ପାଉଥିବାରୁ ୩୧ ଗୋଟି ଗେଟ ଖୋଲା ଯିବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇ ତଳ ମୁଣ୍ଡରେ ରହିଥିବା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଘମାରି ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଉଷ୍ଣ ପ୍ରତ୍ସବଣ ଭିତରେ ବନ୍ୟା ଜଳ ପଶି ଥିବାରୁ ଦୂର ଦୁରାନ୍ତରରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।