ମହାନଦୀର ଶାଖା ନଦୀ ଲୁଣାରେ ଘାଇ : ପାଣି ଘେରରେ ଆଇତିପୁର ର ୩ ଗ୍ରାମ !!!

0
164

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବନ୍ୟା ବିଭୀଷିକାରେ ବେହାଲ ହୋଇ ପଡି଼ଛି କେନ୍ଦ୍ରାପଡ଼ା ଜିଲ୍ଲା । ବନ୍ୟାଜଳ ପଶିବାରୁ ମାର୍ଶାଘାଇ ବ୍ଲକ୍‌ ଆଇତିପୁର ନଦୀ ବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ଅଞ୍ଚଳରେ ଥିବା ୩ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସାମାନ୍ୟ ବର୍ଷାରେ ଏଠାରେ ଫୁଟେ ଉଚ୍ଚର ପାଣି ଛିଡା ହେଉଛି । ମହାନଦୀର ଶାଖା ନଦୀ ଲୁଣାରେ ସୃଷ୍ଟି ହୋଇଛି ଘାଇ , ପାଣି ଘେରରେ ଆଇତିପୁରର ୩ ଗ୍ରାମ . ଜୀବନ ବଞ୍ଚାଇବାକୁ ଲୋକେ ଉଚ୍ଚ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଛନ୍ତି । ବନ୍ୟା ଜଳ ପରିବା ଜମି ଉପରେ ମାଡ଼ି ଯାଇଛି । ଚାଷୀଙ୍କ ବର୍ଷକର ପରିଶ୍ରମ ପାଣିରେ ବୁଡ଼ି ରହିଛି । ମହାନଦୀ ସିଷ୍ଟମ ଅଧୀନରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ, ପାଇକା ଆଦି ନଦୀର ବନ୍ୟାଜଳ ଆସି ଗାଁ ଗଣ୍ଡା ଗୁଡ଼ିକରେ ପ୍ରବାହିତ ହେଉଛି । ଆଇତିପୁର, ବଳରାମପୁର ଓ ବାଳିସିଂ ଗାଁ ର ପ୍ରାୟ ୪୫୦୦ ଲୋକ ଏବେ ପାଣି ଘେରରେ ରହିଛନ୍ତି । ପ୍ରତିବର୍ଷ ବନ୍ୟାରେ ଦ୍ବୀପାଞ୍ଚଳ ଆଇତିପୁର ପଞ୍ଚାୟତ ପ୍ରଭାବିତ ହେଉଛି । ବନ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଏଠାରେ ଏକ ନଦୀବନ୍ଧର ଆବଶ୍ୟକତା ରହିଛି । ହେଲେ ଏଥି ପ୍ରତି ଧ୍ୟାନ ଦେଉନି ପ୍ରଶାସନ । ବନ୍ୟା ଯୋଗୁଁ ଧାନ ତଳି ଭାସି ଯାଇଥିବା ବେଳେ ପରିବା ଚାଷ ନଷ୍ଟ ହୋଇଛି । ସେପଟେ ବନ୍ୟାଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here