ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ପରିସରରେ ଶନିବାର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ,ଓଡ଼ିଶା ସରକାରଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ ଓ କାର୍ଯକ୍ରମ ମାଧ୍ୟମରେ ଓଡ଼ିଆ କଳା ,ସାହିତ୍ୟ, ଇତିହାସ ଓ ସଂସ୍କୃତି ବିଷୟ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡଃ ନିଳୀମା ପ୍ରିୟଦର୍ଶିନୀ ଓଡ଼ିଆ କଳା ସାହିତ୍ୟ ସଂସ୍କୃତି ଓ ଇତିହାସ ବିଷୟ ରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ର ଅଧ୍ୟାପକ ତଥା ସଂଯୋଜକ ପାର୍ଥ ସାରଥୀ ସାମନ୍ତରାୟ , ନୋଡାଲ ଅଫିସର ଅଧ୍ୟାପିକା ତୃପ୍ତି ରାଣୀ ସ୍ୱାଇଁ , ଅଧ୍ୟାପକ ଚିତ୍ତ ରଞ୍ଜନ ବେହେରା , ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା , ଅଧ୍ୟାପକ ସୁଶିଲ କୁମାର ମିଶ୍ର ଓ ଛାତ୍ର ଛାତ୍ରୀ ମାନେ ଆଲୋଚନା ଚକ୍ର ରେ ଭାଗ ନେଇ ଓଡ଼ିଆ କଳା, ସଂସ୍କୃତି ,ସାହିତ୍ୟ ଓ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ ଓ ପ୍ରବନ୍ଧ ପାଠ କରିଥିଲେ । ମହାବିଦ୍ୟାଳୟ ର ପ୍ରଶାସନିକ ଅଫିସର ଡଃ ସୁର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ସଭା ଆରମ୍ଭ ପୂର୍ବରୁ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପାଇଁ ରେବତୀ ,ମାଗୁଣି ର ଶଗଡ଼ , ଶିକାର ଗଳ୍ପ ଉପରେ ପଥ ପ୍ରାନ୍ତ ନାଟକ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ପରିବେଷିତ ହୋଇ ଥିଲା । ଏହାର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଓଡ଼ିଆ ବିଭାଗ ର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ର ରେ ମାୟାଧର ମାନସିଂହ ଙ୍କ ‘ଧୂପ ‘ ର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହା ଅତିଥି ,ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ବେଶ୍ ପ୍ରଶଂସିତ ହୋଇଥିଲା। ନାଟ୍ୟ ରୂପ ଗୁଡ଼ିକୁ ସଫଳ ରୂପ ଦେବା ପାଇଁ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା , ଅଧ୍ୟାପକ ପୁଲିନ ବିହାରୀ ଜେନା , ଅଧ୍ୟାପକ ଗୋଲଖ କୁମାର ବେହେରା , ଅଧ୍ୟାପକ ଅଶ୍ଵିନୀ କୁମାର ବାରିକ, ଅଧ୍ୟାପକ ଅଜୟ କୁମାର ବେହେରା , ଅଧ୍ୟାପକ ସପିନ କୁମାର ପୃଷ୍ଟି, ଅଧ୍ୟାପକ ଗୁରୁ କିଶୋର ନାୟକ , ଅଧ୍ୟାପକ ଦିବାକର ସାହୁ , ହର ପ୍ରସାଦ ରଥ ଓ ଦାଶରଥି ରାଉଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ର !!!

