କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଗାଁର ଧରମୁ ସାମଲ ( ୭୨ ) ଗତକାଲି ସବୁଦିନ ଭଳି ଗାଈ ଚରାଇବାକୁ ଯାଇଥିଲେ । ଦିନ ପାଖାପାଖି ଗୋଟାଏ ବେଳେ ଚୁରଧରା ନାଳରେ ଗାଧୋଉଥିବା ବେଳେ ବଢି ପାଣିର ସ୍ରୋତରେ ଭାସି ଯାଇଥିଲେ । ତାଙ୍କର କେହି ନଥିବାରୁ ସନ୍ଧ୍ଯା ବେଳେ ଘରକୁ ନଫେରିବାରୁ ଗାଁ ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଆଜି ସକାଳେ ମହିଳା ମାନେ ଗାଧୋଇବାକୁ ଯିବାବେଳେ ଡାକୁଆଘାଟ ଠାରେ ଏକ ମୃତଦେହ ଭାସୁଥିବାର ଦେଖି ଖବର ଦେଇଥିଲେ । ତାଙ୍କ ଝିଅ ବିଣା ସାମଲ ସେଠାରେ ପହଞ୍ଚି ଏହା ତାଙ୍କ ବାପାଙ୍କ ମୃତଦେହ ବୋଲି ଚିହ୍ନଟ କରିବା ପରେ ରେଙ୍ଗାଳି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ରେଙ୍ଗାଳି ଥାନାଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ କୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପାଲଲହଡ଼ା ଡାକ୍ତରଖାନା କୁ ପଠାଇ ଦେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଗାଧୋଇବା ବେଳେ ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !!!

