ଛିନତାଇ ଅଭିଯୋଗରେ ଖବରକାଗଜ ପ୍ରତିନିଧି ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଞ୍ଚଳର ଏକ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛିନତାଇ ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେବ ଏପରି ଘଟଣା ସାମନାକୁ ଆସିଛି l ସୂଚନା ମୁତାବକ ସାମ୍ବାଦିକ ଜଣକ ଗତ କାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ ବୋଝେଇ ଟ୍ରକ ଚାଳକଙ୍କୁ ସାମ୍ବାଦିକ ପରିଚୟ ଦେଇ ଜୋର ଜବରଦସ୍ତ ବଟି ମାଗିଥିଲେ ଏବଂ ଟ୍ରକ ଚାଳକ ଏଥିରେ ଅମଙ୍ଗ ହେବାରୁ ତାଙ୍କ ନିକଟରୁ ଟଙ୍କା ଲୁଟି ନେଇଥିଲେ l ଏସମ୍ପର୍କରେ ଅଭିଯୋଗ ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର ଦେଖାଇଥିଲେ ଉକ୍ତ ସାମ୍ବାଦିକ l ଏହି ପରିପ୍ରେକ୍ଷୀରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଦଫା 392, କେସ ନମ୍ବର 344 / 22 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l

Leave a Reply

Your email address will not be published. Required fields are marked *