ବାଣପୁର ଅଞ୍ଚଳରେ ବଧୂହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ପେଂଡୁରାପଲ୍ଲୀ ଗ୍ରାମର ବଧୂଙ୍କ ପିତା ଅନୁ ବେହେରା । ଅଭିଯୋଗ ମୁତାବକ ଅନୁଙ୍କ ଝିଅ ଶ୍ରଦ୍ଧାଞ୍ଜଳି ବେହେରା (୨୨) ତିନି ବର୍ଷ ତଳେ ଭେଟେଶ୍ୱର ଗ୍ରାମର ଶେଷଦେବ ପଲେଇଙ୍କ ପୁତ୍ର ଦୀପକ ପଲେଇ (୨୯) ଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ । ତେବେ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ଯାଆ ଆଦି ତାଙ୍କୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେବାରୁ ଗତକାଲି ଶ୍ରଦ୍ଧାଞ୍ଜଳି ବିଷ ପିଇ ଦେଇଥିଲେ । ତାଙ୍କୁ ବାଣପୁର ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଥିଲେ । ତେବେ ସେଠାରେ ଶ୍ରଦ୍ଧାଞ୍ଜଳି ମୃତ୍ୟୁବରଣ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଆଇପିସି ଦଫା ୪୯୮ (କ), ୩୦୪(ଖ), ୩୦୬, ୩୪, ୪ ଡ଼ିପି ଆକ୍ଟ ରେ କେସ ନମ୍ବର ୩୫୫/୨୨ ରେ ମାମଲା ରୁଜୁ କରି ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମି ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave a Reply

Your email address will not be published. Required fields are marked *