କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ନାବାଳିକା ଦୁଷ୍କର୍ମକାରୀ ଗିରଫ ହେବେ କେବେ | ଦୁଇ ଅଭିଯୁକ୍ତଙ୍କ ନାମରେ ଆସିଥିଲା ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ! ଖୋଲାଖୋଲି ଆସାମୀ ବୁଲୁଥିବା ବେଳେ ଦୁଇମାସ ହେଲା ପୋଲିସ ହାତ ଖାଲି | ଆସାମୀଙ୍କ ଠାରୁ ପଇସା ନେଇ ପୋଲିସ ଚୁପ ବସିଥିବାର ଅଭିଯୋଗ | ପିଡୀତା ଙ୍କ ପରିବାରକୁ ଖୋଲାଖୋଲି ଧମକ ଦେଉଛନ୍ତି ଅପରାଧୀ ଓ ତାଙ୍କ ପରିବାର | ଥାନାକୁ ଦୌଡ଼ିଦୌଡ଼ି ନିରାଶ ହେଲେ ପୀଡିତା ନାବାଳିକା | ପୋଲିସ ମହାନିର୍ଦେଶକଙ୍କୁ ଫେରାଦ ହେବା ପରେ ଜିଲ୍ଲା ଏସପିଙ୍କୁ ତାଗିଦ କଲେ ଏବଂ 24ଘଣ୍ଟା ମଧ୍ୟରେ ଗିରଫ କରିବାକୁ ନିର୍ଦେଶ ଦେଲେ ପୋଲିସ ମହା ନିର୍ଦେଶକ | କଟକ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ କେଶପୁର ଗ୍ରାମର ସେକ ଅଜଗରଙ୍କ 15 ବର୍ଷର ନାବାଳିକା ଝିଅ ତାଙ୍କର ଜଣେ ଦୂର ସମ୍ପର୍କୀୟ ତଲେବୁନ ବିବିଙ୍କ ଘରେ ରହି ଘର କାମ କରୁଥିଲେ | ଘରେ ତଲେବୁନ ବିବି ନଥିବା ସମୟରେ ଏକୁଟିଆ ର ସୁଯୋଗ ନେଇ ତଲେବୁନ ବିବି ଙ୍କ ପୁଅ ସୟଦ ଅଫରୋଜ ଅଲ୍ଲୀ ଓ ତାର ସାଙ୍ଗ ମିଲୁ ନାବାଳିକା କୁ ବାରମ୍ବାର ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ ଏବଂ ଏ ସମ୍ପର୍କ ରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ | ନାବାଳିକା ଗର୍ଭବତୀ ହେବାରୁ ପରିବାର ଲୋକେ କିଶୋର ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ହେଲେ କିଶୋର ନଗର ଥାନା ପୋଲିସ କେଶ ରୁଜୁ କରି ବସି ଯାଇଥିଲା | ବାରମ୍ବାର ଥାନାକୁ ଗଲେ ମଧ୍ୟ ପୋଲିସ ସେମାନଙ୍କୁ ଥାନାରୁ ତଡି ଦେଇଥିଲେ | ଏ ସମ୍ପର୍କ ରେ କଟକ ଏସପି ଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନଥିଲା | ଶେଷରେ ପୀଡିତା ପୋଲିସ ମହାନିର୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଯଦି ଶୀଘ୍ର ପୀଡିତାଙ୍କୁ ନ୍ୟାୟ ନ ମିଳେ ତେବେ ପୋଲିସ ମହାନିର୍ଦେଶକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ପୀଡିତା ଓ ତାଙ୍କ ପରିବାର ସହ ବସିବେ ବୋଲି ସମାଜସେବୀ ସଂଜିତ ସାମଲ କହିଛନ୍ତି |