ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ଗୁରୁ ଦିବସ ରେ ଗୁରୁଙ୍କୁ ସମ୍ମାନୀତ କଲେ ରୋଟାରୀ କ୍ଲବ ଅଫ ଇନଫୋସିଟି ର ରୋଟାରୀଆନ ! ପ୍ରଶାନ୍ତି ବିହାର ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରିଛନ୍ତି ରୋଟାରୀ କ୍ଲବ ଅଫ ଇନଫୋସିଟି ର ସଦସ୍ୟ ! ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ସାହୁ , କ୍ଲବ ର ପ୍ରେସିଡେଣ୍ଟ ପ୍ରସନ୍ନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ଉତ୍ସବ ଆୟୋଜିତ ହୋଇଥିଲା ! କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ରୋଟାରୀଆନ ବିଶ୍ୱଜିତ ବରୁଆ , ତ୍ରିଲୋଚନ ପାତ୍ର , ଶୁଭ୍ରାଂଶୁ ତ୍ରିପାଠୀ ଏବଂ ୧ ନଂ ୱାର୍ଡ ର କର୍ପୋରେଟର ତଥା ସମାଜସେବୀ ମିହିର କୁମାର ରାଉତ ଉପସ୍ଥିତ ରହିଥିଲେ ! ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉତ୍ସବରେ ଯୋଗ ଦେଇଥିବା ସମୟରେ 14 ଜଣ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


