ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ଠାରେ ଦୁଇ ଦିନିଆ ସାହିତ୍ୟ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଐତିହାସିକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ମହାସଚିବ ଦଣ୍ଡପାଣି ମହାପାତ୍ର, ଉପ ସଭାପତି ଗୌରାଙ୍ଗ ଚରଣ ରାଉତ ଯୋଗଦେଇ ଏକ କାର୍ଯକାରୀ କମିଟି ଗଠନ କରିଥିଲେ । ଆଗାମୀ ଅକ୍ଟବର ମାସ ୨୨ ଏବଂ ୨୩ ଶନିବାର / ରବିବାର ଦୁଇଦିନ ବ୍ୟାପୀ ଗଜପତିର ଜିଲ୍ଲାର ସଦର ମହକୁମା, ପାରଳାଖେମୁଣ୍ଡି ଠାରେ ଖୁବ୍ ଆଡମ୍ବର ସହକାରେ ଅନୁଷ୍ଠିତ ହେବ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଦୁଇ ଦିନିଆ ସାହିତ୍ୟ ସମାରୋହ । ଏହି କର୍ମଶାଳା ତଥା ଆଲୋଚନାରେ ସାରସ୍ଵତ ସମାବେଶ, କବିତା ପାଠୋତ୍ସବ, ଆଲୋଚନା, ଲେଖକ ବିଧାନ ସଭା, ସାଂସ୍କୃତିକ ସମାରୋହ, ସଙ୍ଗୀତ ଆସର କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସାରସ୍ଵତ ସ୍ରଷ୍ଟା, ବୁଦ୍ଧିଜୀବୀ ଯୋଗଦେବେ । ଶ୍ରୀ ମହାପାତ୍ର ଜିଲ୍ଲାର ବୁଦ୍ଧିଜୀବୀ ଏବଂ ସବୁ ବର୍ଗର ବ୍ୟକ୍ତି ବିଶେଷ ଗଣ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁରୋଧ କରିଛନ୍ତି । ଏହି ପ୍ରସ୍ତୁତି ପର୍ବ ଅବସରରେ ଏକ କାର୍ଯକାରୀ କମିଟି ଗଠନ କରାଯାଇ ଥିଲା । ସେମାନେ ହେଲେ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ଡ.କଲ୍ୟାଣୀ ମିଶ୍ର, ଭାରତ ଭୂଷଣ ମହାନ୍ତି, ହରିମୋହନ ପଟ୍ଟନାୟକ, ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ସହ ସମ୍ପାଦକ ଗଣେଶ କୁମାର ରାଜୁ ଥିବାବେଳେ ଅଭ୍ୟାର୍ଥନା କମିଟି ରେ ବିନୋଦ ଚନ୍ଦ୍ର ଜେନା, ଜଗଦୀଶ ଚନ୍ଦ୍ର ମହାପାତ୍ର, ତ୍ରିପତି ପ୍ରସାଦ ପଣ୍ଡା, ଅନାଦି ପାଣିଗ୍ରାହୀ, ମୂରଲୀଧର ପରିଛା, ମଲିକାର୍ଯୁନ ପଟ୍ଟନାୟକ, ବିଷ୍ଣୁ ଚରଣ ପଣ୍ଡା, ଲିଙ୍ଗରାଜ ଦାଶ, ଆସାଲତା ପାଣିଗ୍ରାହୀ, ବି. କୋମଳlଙ୍ଗୀ, ସ୍ଵର୍ଣ୍ଣପ୍ରଭା ପାଠୀ, ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ମନୋନୀତ ହୋଇଥିଲେ । ଶେଷରେ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *