ବାଣପୁର ନେହେରୁ ସେବା ସଂଘରେ ଶିକ୍ଷାବିତ ରବୀନ୍ଦ୍ର ବର୍ମାଙ୍କ ୨୭ ତମ ଶ୍ରାଦ୍ଧୋତ୍ସବ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷାତତ୍ତ୍ଵ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ରବୀନ୍ଦ୍ରନାଥ ନରେନ୍ଦ୍ର ସିଂ ବର୍ମାଙ୍କର ୨୭ ତମ ଶ୍ରାଦ୍ଧ ଉତ୍ସବ ବାଣପୁରର ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସେବା ସଂଘର ସମ୍ପାଦିକା ସରୋଜିନୀ ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ ମୁଖ୍ୟ ଅତିଥି , ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ସମ୍ମାନୀତ ଅତିଥି, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା,ସେବା ସଂଘର କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ ଏବଂ ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇ ସ୍ଵର୍ଗତ ବର୍ମାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ପ୍ରଦାନ କରି ତାଙ୍କ ସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍କୃତି କମିଟିର ସଂପାଦକ ମାୟାଧର ବେହେରା ପରିଚୟ ପ୍ରଦାନ କରିଥିଲା ବେଳେ ପୁତ୍ର ଅଧ୍ୟାପକ ରୁଦ୍ର ପ୍ରସାଦ ନରେନ୍ଦ୍ରସିଂ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଆଶ୍ରମର ପ୍ରଶିକ୍ଷକ ବିରେନ୍ଦ୍ର କୁମାର ତ୍ରିପାଠୀ ଓ ପ୍ରଦୀ ପ କୁମାର ଦାସ ଏହାକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *