ବିପ୍ଲବୀ ପୀର ପ୍ରସାଦ ପଟ୍ଟନାୟକଙ୍କ ଏକାଦଶତମ ଶ୍ରାଦ୍ଧ ଉତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ଗୋଆ ମୁକ୍ତି ସଂଗ୍ରାମର ମହାନ୍ ସାରଥି ବରିଷ୍ଠ ପତ୍ରିକାର,ସାମ୍ଯବାଦ ନେତା ପୀର ପ୍ରସାଦ ପଟ୍ଟନାୟକଙ୍କର ୧୧ ତମ ଶ୍ରାଦ୍ଧୋଉତ୍ସ ଜନ୍ମଭୂମି ପଥୁରୀପଡା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାଙ୍କୀ ପୂଜ୍ଯପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରପୁଟ ଗ୍ରାମର ସରପଞ୍ଚ ଅଶୋକ କୁମାର ମିଶ୍ର ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରି ମହାବେରେଣା ବିଦ୍ଯାପୀଠରେ ପ୍ରତିଷ୍ଠା ହୋଇଥିବା ସ୍ବର୍ଗତ ପଟ୍ଟନାୟକଙ୍କ ଗୌରବମୟ ଭୂମିକା କିପରି ଥିଲା ତାହା ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ସଭାପତି ସୁନିଲ୍ କୁମାର ମିଶ୍ର , ମାତ୍ର ୧୮ ବର୍ଷର ପିଲାର ଗୋଆ ମୁକ୍ତି ସଂଗ୍ରାମରେ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କ ନିଜ ଜୀବନକୁ ବିପନ୍ନ କରିଥିବାର ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ମହାବେରେଣା କ୍ଲବର ସମ୍ପାଦକ ସଦାଶିବ ଦାସ, ଦିଲ୍ଲୀପ କୁମାର ପଟ୍ଟନାୟକ, ଗାଢକୃଷ୍ଣ ପଟ୍ଟନାୟକ , ଶିକ୍ଷାବିତ୍ ସୁରେଶ୍ବର ବେହେରା, ସାମାଜିକ କର୍ମୀ ରଞ୍ଜିତ ସେଠ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସ୍ବର୍ଗତ ପଟ୍ଟନାୟକଙ୍କର ବାମପନ୍ଥୀ ଆନ୍ଦୋଳନ, ସାମ୍ବାଦିକତା ଜୀବନ ଓ ସ୍ବାଧୀନତା ସଂଗ୍ରାମରେ ଭୂମିକା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶିକ୍ଷକ କୃପାସିନ୍ଧୁ ଦାସ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ବିଜୟଲକ୍ଷ୍ମୀ ବରାଳ, ସୁଦାମ ଖଟୁଆ, ପ୍ରଣିତା ପଟ୍ଟନାୟକ, ଅନୁରାଧା ସାମନ୍ତରାୟ, ଲିପ୍ସା ପାଣିଗ୍ରାହୀ, ସୁଚିତ୍ରା ମନ୍ତ୍ରୀ, ଅର୍ଜୁନ ବେହେରା, ରୋଜାଲିନ ସାହୁ, ପ୍ରଶାନ୍ତ ବାରିକ, ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ୧୩ ସେପ୍ଟେମ୍ବର ୨୦୧୧ ରେ ବିପ୍ଲବୀଙ୍କ ପରଲୋକ ପରେ ପୂଜ୍ଯପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପ୍ରତିବର୍ଷ ବରପୁତ୍ରଙ୍କ ଶ୍ରାଦ୍ଧୋତ୍ସବ ସମାରୋହରେ ପାଳିତ ହୋଇ ଆସୁଛି ।

Leave a Reply

Your email address will not be published. Required fields are marked *