ପୁଣି ଚର୍ଚ୍ଚାରେ ବାଙ୍କୀ ମହାବିଦ୍ୟାଳୟର ହଷ୍ଟେଲ ପରିଚାଳନା : ପିଲାଙ୍କୁ ଦିଆଯାଉଛି ବିପିଏଲ ଚାଉଳ ର ଭାତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପୁଣି ଚର୍ଚ୍ଚାରେ ବାଙ୍କୀ ମହାବିଦ୍ୟାଳୟର ହଷ୍ଟେଲ ପରିଚାଳନା ବ୍ୟବସ୍ଥା ! ପିଲାଙ୍କୁ ଦିଆଯାଉଛି ବିପିଏଲ ଚାଉଳ ର ଭାତ ! ତେବେ ଅଭିଯୋଗ ପାଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଙ୍କୁ ଥାନାରେ ଭର୍ତ୍ତି କରାଇବାର ଧମକ ଦେଇଛନ୍ତି ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀ । ତୁରନ୍ତ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବେ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସଦସ୍ୟ । ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଥିବା ଜେବି ହଷ୍ଟେଲରେ ପିଲାମାନଙ୍କୁ ରୋଷେଇ ରେ ଦିଆଯାଉଛି ବିପିଏଲ ଚାଉଳର ଭାତ ! ଅଭିଭାବକ ମାନେ ଟଙ୍କା ଖର୍ଚ୍ଚ କରି ପିଲା ମାନଙ୍କୁ ପାଠ ପଢାଇବା ସହ ଭଲ ହଷ୍ଟେଲରେ ରଖିଥାନ୍ତି , ପିଲା ଯେପରି ଭଲକରି ଖାଇବା ପିଇବା କରି ପାଠ ପଢି ପାରିବେ ଏଥିପାଇଁ କଲେଜର ହଷ୍ଟେଲରେ ଛାଡିଥାନ୍ତି ! ଏ ବାବଦକୁ ଅଧିକ ଟଙ୍କା ମଧ୍ୟ ଦେଇଥାନ୍ତି । କିନ୍ତୁ ହଷ୍ଟେଲ ଦାୟିତ୍ୱ ରେ ଥିବା ସୁପରିଟେଣ୍ଡ ଓ ଆସିଷ୍ଟାଣ୍ଡ ସୁପରିଟେଣ୍ଡ ମିଳିତ ଭାବରେ ମିଶି ବଜାରରୁ ଚାଉଳ କିଣିବା ପରିବର୍ତ୍ତେ ଶସ୍ତାରେ ଯୋଗାଡ କରି ପିଲାମାନଙ୍କୁ ବିପିଏଲ ଚାଉଳ ଆଣି ରୋଷେଇ କରିବାକୁ ଦେଉଥିବା ଦେଖିବାକୁ ମିଳିଛି । ଏପରି ଅଭିଯୋଗ କରିଛନ୍ତି ପୁର୍ବତନ ଛାତ୍ର ପାର୍ଥ ସାରଥି ପାଣି । ଏହାର ସତ୍ୟାସତ୍ୟ ପରଖିବା ପାଇଁ ଆମ ପ୍ରତିନିଧି ଅନନ୍ତ ରଣା ହଷ୍ଟେଲ ରେ ପହଞ୍ଚି ଦାୟିତ୍ୱରେ ଥିବା କର୍ମଚାରୀ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କୁ ଏଫ୍ଆଇଆର୍ ଦେଇ ଥାନାରେ ଭର୍ତ୍ତି କରାଇବାର ଧମକ ଦେଇଥିଲେ । ତେବେ ବିଗତ ଦିନ ରେ ଏପରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନେ ବହୁ ସମସ୍ୟାର ସମୁଖୀନ ହୋଇଛନ୍ତି । ତେବେ ପ୍ରଶ୍ନ ଉଠୁଛି , ଏସବୁ ସମ୍ପର୍କରେ କଲେଜର ସଭାପତି ଦାୟିତ୍ବ ରେ ଥିବା କଟକ ଏଡିଏମ୍ ଜାଣିଛନ୍ତି ତ ? ଅନ୍ୟ ପଟେ ଯାହାଙ୍କୁ ଏଇ ହଷ୍ଟେଲ ଦାୟିତ୍ୱ ଦିଆଯାଉଛି ସେମାନେ ସବୁ ସ୍ଥାୟୀ କର୍ମଚାରୀ ତ ? ନା କେଉଁ ରାଜନେତାଙ୍କୁ ଖୁସି କରିବା ପାଇଁ ଖୋଦ ଅଧ୍ୟକ୍ଷ ମହୋଦୟ ଏପରି ବେଆଇନ ନିଯୁକ୍ତି କରିଛନ୍ତି । ତାହାକୁ ଏବେ ବଡ ପ୍ରଶ୍ନ । ଦେଖିବା ପାଇଁ ବାକି ରହିଛି କଣ ପଦକ୍ଷେପ ନେଉଛନ୍ତି କଲେଜ କର୍ତ୍ତୃପକ୍ଷ !

Leave a Reply

Your email address will not be published. Required fields are marked *