ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଚାଳକ ଦିବସ ପାଳନ ହୋଇଯାଇଛି । ସଭାପତି ପ୍ରଶାନ୍ତ ପଟ୍ଟନାୟକ ଙ୍କ ନେତୃତ୍ୱରେ ତୁମୁଡିବନ୍ଧ ଅଞ୍ଚଳର ସମସ୍ତ ଚାଳକ ଏକାଠି ହୋଇ ବିଶ୍ୱକର୍ମା ପୂଜା ମଣ୍ଡପ ଠାରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଏକ ପଦଯାତ୍ରା କରିଥିଲେ । ମୁଖ୍ୟ ବଜାର ଛକରେ ବିଗତ ଦିନରେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସାଥି ଚାଳକଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଏକ ନିରବ ପ୍ରାର୍ଥନା କରିବା ସହ ସଂଘର ସଭାପତି ପ୍ରଶାନ୍ତ ପଟନାୟକ ଏବଂ ତୁମୁଡିବନ୍ଧ ଅଂଚଳର ବରିଷ୍ଠ ମୋଟର ଚାଳକ ସନ୍ତୋଷ ଚାନ୍ଦଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଶତାଧିକ ମୋଟର ଚାଳକ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *