ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ନୟାଗଡ ଜିଲ୍ଲା ଡିଜିଟାଲ୍ ମିଡିଆ ୟୁନିୟନର ସମ୍ପାଦକ ତଥା ଆୱାଜ ମିଡିଆର ନୟାଗଡ ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ବ୍ରେନ ଷ୍ଟୋକ୍ ରେ ଇହଲୀଳା ତ୍ଯାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । କିଶୋର ମହାପାତ୍ରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ବାଙ୍କୀ ରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସଦସ୍ୟ ମାନେ ଚର୍ଚ୍ଚିକା ମନ୍ଦିର ପରିସରରେ ସମୂହ ଦୀପଦାନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । କିଶୋର ମହାପାତ୍ର ଜଣେ ନିର୍ଭୀକ ସାମ୍ବାଦିକ ,ପରୋପକାରୀ , ମିଷ୍ଠଭାସି, କର୍ତ୍ତବ୍ୟ ପରାୟଣ ବ୍ଯକ୍ତି ଭାବେ ନୟାଗଡ ଜିଲ୍ଲାରେ ବେଶ ଜଣାଶୁଣା ଥିଲେ । ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ବାଙ୍କୀ – ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ତରଫରୁ କିଶୋର ମହାପାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳୀ !!!

