ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ୯ ଦିନ ପରେ ଘଟଣାସ୍ଥଳ ତଦନ୍ତ ଆଉ ୨୧ ଦିନ ପରେ ଏସଡିପିଓ ଙ୍କ ତଦନ୍ତ ଆରମ୍ଭ । ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ଗତ ଅଗଷ୍ଟ ମାସ ୩୦ ତାରିଖ ରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଞ୍ଚାୟତ କାଳିଦାସ ଗାଁ ରେ ମେଧାବୀ କଲେଜ ଛାତ୍ରୀ ମନିଷା ଦାଶ ଙ୍କ ଆତ୍ମହତ୍ୟା ଘଟଣାର ୯ ଦିନ ପରେ ନିଶ୍ଚିନ୍ତକୋଇଲି ପୋଲିସ ର ତଦନ୍ତ ପ୍ରକିୟାରେ ଅସନ୍ତୋଷ ପ୍ରକାଶ କରି କ୍ରାଇମବ୍ରାଞ୍ଚ ର ଦ୍ବାରସ୍ଥ ହୋଇଥିଲେ ମୃତକା କଲେଜ ଛାତ୍ରୀ ଙ୍କ ପରିବାର । ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଆସି ନଥିବା ବେଳେ , ଆତ୍ମହତ୍ୟା ର ୨୧ ଦିନ ପରେ ସାଲେପୁର ଏସଡିପିଓ ବିମଳ ବାରିକ, ନିଶ୍ଚିନ୍ତକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ମୃତା ମନିଷା ଙ୍କ ଘରକୁ ଆସି ତଦନ୍ତ କରିଥିଲେ । ମନିଷା ନିଜେ ରହୁଥିବା ଏକ ଆଜବେଷ୍ଟସ୍ ଘର ର ଉପର କାଠରେ ନିଜର ଚୁନରି ଲଗାଇ ଆତ୍ମହତ୍ୟା କରିଥିଲେ ! ଗତ ୩୦ ତାରିଖ ରେ ନିଶ୍ଚିନ୍ତକୋଇଲି ଥାନା ରେ ମନିଷା ଙ୍କ ମା’ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ପୋଲିସ ଆସି ଆତ୍ମହତ୍ୟା କରିଥିବା ସ୍ଥାନକୁ ଏକ ଫିତା ସାହାଯ୍ୟରେ ମାପଚୁପ କରି ଫେରି ଯାଇଥିବା ମୃତା ଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏତେଦିନ ପରେ ପୋଲିସ ର ତଦନ୍ତ କୁ ନାପସନ୍ଦ କରିଛନ୍ତି ପରିବାର ଲୋକେ । ଗତ ୬ ତାରିଖ ରେ ଏହି ଆତ୍ମହତ୍ୟା ରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ନେଇ ଏକ ଲିଖିତ ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନା ରେ ମୃତା ମନିଷା ଙ୍କ ମା’ ଡଲିବାଳା ଦାଶ ଦେଇଥିଲେ । ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ସେକ୍ ହସନ୍ କୁ ପୋଲିସ ବାନ୍ଧି କାମ ସାରିଦେଲା । ତେଣୁ ୨୧ ଦିନ ପରେ ପୋଲିସ ର ତଦନ୍ତ ଧର୍ମ କୁ ଆଖି ଠାର ମାରିଲା ଭଳି ନୁହେଁ ତ ?