ବୋରିଗାଁ ଠାରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ବୋରିଗାଁ ରେ ଆଜି ସମାଜ ସେବୀ ସ୍ୱର୍ଗତ ଶ୍ରୀମତୀ ପ୍ରମିଳା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ! ଦି ବ୍ଲଡ଼ ଡୋନର୍ସ ଓଡିଶା ଏବଂ ସ୍ୱାମୀ ବିବେକାନନ୍ଦ ସେବା ସଙ୍ଘ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ରାଜ୍ଯ ସଭାପତି ସେକ କୌଶର, ବୈରାଗୀ ଚରଣ ବଲ, ସର୍ବେଶ୍ଵର ଷଡଙ୍ଗୀ, ସମାଜସେବୀ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର, ଡ଼. ସୁରେନ୍ଦ୍ରନାଥ ଦାସ, ସମାଜସେବୀ ପ୍ରଦୀପ କୁମାର ବିଶ୍ୱାଳ ଯୋଗଦେବା ସହ ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ରାକେଶ ସାହୁ, ଜ୍ଞାନ ରଞ୍ଜନ ଦାସ, ସୁଚିତ୍ର ରଞ୍ଜନ ଭୂଜବଳ ଉପସ୍ଥିତ ରହିଥିଲେ ! ବାଲୁକେଶ୍ୱର ବେହେରାଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଛି | ଏଥିରେ ବାଣପୁର ଅଞ୍ଚଳର ବିଭିନ୍ନ ଗ୍ରାମରୁ ୩୦୦ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ନିଜର ଡାକ୍ତରୀ ପରାମର୍ଶ କରିଛନ୍ତି ଏବଂ ନିରାକରଣ ପାଇଁ ଚିକିତ୍ସିତ ହୋଇଛନ୍ତି ! ତା ସହିତ ସାମାଜିକ କାର୍ଯ୍ୟକ୍ରମ ଯାହାକି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ତତ୍ ସହିତ ବାଣପୁର – ବାଲୁଗାଁର ବିଭିନ୍ନ କଲେଜର କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ ସହିତ ସାମ୍ବାଦିକ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ ସହିତ ସମ୍ମାନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *