ଗଜପତି ଜିଲ୍ଲା କୃଷି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କୃଷି ବିଭାଗର କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘ ଦଶ ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଥିବାର ଅଭିଯୋଗ ହେଉଛି । ସେମାନଙ୍କୁ ବଦଳି ହେଉନଥିବା ଅଭିଯୋଗ ଆସିଛି । ଏପରିକି ପଦୋନ୍ନତି ହୋଇ ମଧ୍ୟ ପୁଣି ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି । କୃଷି ବିଭାଗର ବିଭିନ୍ନ ବ୍ଳକ କ୍ଷେତ୍ର କର୍ମଚାରୀ ମାନେ ମଧ୍ୟ ଦୀର୍ଘ ଦିନ ହେଲା ବଦଳି ହେଉନାହାନ୍ତି । ଏପଟେ ରାଜ୍ୟ ସରକାର 5 T , ମୋ ସରକାର ଏବଂ ସ୍ୱଚ୍ଛତା କୁ ନେଇ କହୁଥିବା ବେଳେ କର୍ମଚାରୀଙ୍କ ବଦଳି ନ ହେବା ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ବିଭିନ୍ନ କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ହୋଇଥିଲେ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କଣ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପଟେ କର୍ମଚାରୀ ଅଭାବ କହି ସାରର ଚଢା ଦରକୁ ରୋକିବାରେ ବିଭାଗୀୟ କର୍ତ୍ତୃପକ୍ଷ ଫେଲ ମାରିଛି । ଜିଲ୍ଲାର ଉନ୍ନତି ଓ ଚାଷୀ ଙ୍କ ଉନ୍ନତି ସକାଶେ ତୁରନ୍ତ କର୍ମଚାରୀଙ୍କ ବଦଳି ପାଇଁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *