ବାଣପୁର ତୁମୁରାପୁଟ ଗ୍ରାମ ଛକରେ ଗୋରୁ ଚାଲାଣ ଗାଡ଼ି ଅଟକ : ଥାନାରେ ଜିମା ଦେଲେ ଗ୍ରାମବାସୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୁମୁରାପୁଟ ଛକ ନିକଟରେ ଗୋ ଚାଲାଣ ହେଉଥିବାର ସନ୍ଦେହ କରି ଏକ ଗାଡ଼ିକୁ ଅଟକ ରଖୁଥିଲେ ଗ୍ରାମବାସୀ । ସୂଚନା ମୁତାବକ ବାଣପୁର ଠାରୁ ପ୍ରତାପ ଓ ଶାଳିଆ ଡ୍ୟାମ ରାସ୍ତା ଦେଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟାଟା ଏସି ଗାଡ଼ି ନଂ OR02 BN 1624 କୁ ତୁମୁରାପୁଟ ଛକରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ଗ୍ରାମବାସୀ ଅଟକ ରଖି ବାଣପୁର ପୋଲିସ କୁ ଜିମା ଦେଇଥିଲେ । ଉକ୍ତ ଗାଡ଼ିରେ ଡ଼୍ରାଇଭର ସମେତ ଅନ୍ୟ ଜଣେ ଲୋକ ଥିବା ସହ ମୋଟ ପାଞ୍ଚ ଟି ଗୋରୁ ଥିବାର ଜଣାପଡିଛି । ତେବେ ଡ୍ରାଇଭରଙ୍କ ନାମ ବିନୋଦ ପାଇକରାୟ ଏବଂ ଅନ୍ୟ ଜଣଙ୍କ ନାମ ଏଗଜ ଦୋରା ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ବାଣପୁର ଥାନାର ଆଇଆଇସି ଜୟପ୍ରକାଶ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଜାଣିବାକୁ ପାଇଥିଲେ ଯେ ଉକ୍ତ ଗାଡ଼ିରେ ଗୋ ଚାଲାଣ ହେଉଛି ବୋଲି । ଗୋରୁ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭର ସମେତ ଅନ୍ୟ ଜଣଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କେସ ନଂ ୩୯୦/୨୨ ମାମଲା ରୁଜୁ କରି କୋର୍ଟଚାଲାଣ କରା ଯାଇଥିବାର ବାଣପୁର ଥାନା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି ।

Leave a Reply

Your email address will not be published. Required fields are marked *