ଜନ ପ୍ରତିନିଧିଙ୍କ ଝୁଲନ୍ତା ଶବ ଉଦ୍ଧାର : ଫେସବୁକ ରେ ଶେଷ ପୋଷ୍ଟ କୁ ନେଇ ଚର୍ଚ୍ଚା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପାରିବାରିକ କଳହ ନେଲା ଜୀବନ । ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଆତ୍ମହତ୍ୟା କରିଥିବା ଜିଲ୍ଲା ପରିଷଦ ସଭ୍ୟ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଧର୍ମେନ୍ଦ୍ର ସାହୁ । ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କ ଘରୁ ମିଳିଛି ମୃତଦେହ । ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଠିକ ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ଫେସବୁକ ଆଇଡି ରେ କରିଥିବା ଏକ ପୋଷ୍ଟ କିଛି ଅକୁହା କଥା ପ୍ରତି ଇଙ୍ଗିତ ଦେଉଥିବାର ମଧ୍ୟ ଆଲୋଚନା ହେଉଛି ! ଏପରିକି ଆତ୍ମହତ୍ୟାର କାରଣ ସମ୍ପର୍କରେ ସଠିକ ତଦନ୍ତ ହେଲେ , ନିର୍ବାଚନ ମଣ୍ଡଳୀର ଜଣେ ଶୀର୍ଷ ନେତାଙ୍କର ନାମ ମଧ୍ୟ ଘଟଣା ଭିତରକୁ ଆସିପାରେ ବୋଲି ମୃତକଙ୍କୁ ପାଖରୁ ଜାଣିଥିବା ଲୋକେ ବୟାନ ଦେଇଛନ୍ତି !

Leave a Reply

Your email address will not be published. Required fields are marked *