ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଗୋମାଂସ ବୋଝେଇ ଗାଡିକୁ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଛକ ନିକଟରୁ ପୋଲିସ ପାଟ୍ରୋଲିଂ ଗାଡି ଏକ ୪ ଟନ ଗୋ ମାଂସ ବୋଝେଇ କଣ୍ଟେନର ଗାଡିକୁ ଜବତ କରିଛି । କଣ୍ଟେନର (ନଂ ଓଡ଼ି-୨୫-ଏଜେ-୩୧୬୮) ଟି ଆଠଗଡ଼ ତିଗିରିଆ ରୁ ହାଇଦ୍ରାବାଦ ଚାଲାଣ ହେଉଥିବା ଜଣାଯାଉଛି । ମହାରାଷ୍ଟ୍ରର ଉସମାନବାଦ ଜିଲ୍ଲାର କଣ୍ଟେନର ଚାଳକ ମହମ୍ମଦ ସେକ ଇରଫାନ ଓ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସହାୟକ ସେକ ଆୟୁବକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
ଗୋ ମାଂସ ବୋଝେଇ କଣ୍ଟେନର ଜବତ : ଚାଳକ ଓ ହେଲପର ଅଟକ

