ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ LIC OF INDIA ତରଫରୁ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି ଅବସରରେ ପାରଳାଖେମୁଣ୍ଡି LIC ଶାଖାର ପ୍ରବନ୍ଧକ ଦୀପ୍ ନାରାୟଣ ମିତ୍ର , ଡେଭେଲପମେଣ୍ଟ ଅଫିସର ଅଶୋକ ଶତପଥୀ, ଆଡ଼ମିନିଷ୍ଟ୍ରେଟିଭ୍ ଅଫିସର ମୀନକେତନ ପାଣିଗ୍ରାହୀ ଉପସ୍ଥିତ ରହି ଆମ ଜୀବନରେ ଜୀବନ ବୀମାର ଆବଶ୍ୟକତା ଓ ଗୁରୁତ୍ୱ ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲା ମାନଙ୍କର ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ସ୍ଥାନୀୟ LIC ଶାଖା ପକ୍ଷରୁ ଶିଶୁ ମନ୍ଦିରର ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ LIC ଟ୍ରଫି୍ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ସଭାପତିତ୍ବ ତଥା ସଂଯୋଜନା କରିଥିଲେ । ଅନୁଷ୍ଠାନର ସହ-ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଦ୍ୟାଳୟରର ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସହଯୋଗ କରିଥିଲେ ।

