କେରାଣ୍ଡୀ ଗ୍ରାମରେ ” ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର କେରାଣ୍ଡୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ନୂଆ କେରାଣ୍ଡୀ ଓ ପୁରୁଣା କେରାଣ୍ଡୀ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଏରୁସୁ ଦଣ୍ଡପାଣି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ. ଚନ୍ଦ୍ରା ରାଓ ଯୋଗଦେଇ ସ୍ୱଚ୍ଛ ଭାରତ ଯୋଜନାର ଆଭିମୁଖ୍ୟ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ ସଭ୍ୟ ସରୋଜ ଜେନା, ଶ୍ରୀକାନ୍ତ ବରାଡ଼, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ,ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଉପରେ ସଚେତନ କରାଇଥିଲେ । ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣା ପଡ଼ିଛି । ଏହିଭଳି ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ଜନ ସାଧାରଣ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *