କନ୍ଧମାଳ : ରୋଟାରୀ କ୍ଲବ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବର ସମ୍ମିଳନୀ କକ୍ଷ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର, କପ୍ , ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଛି । ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସଵରେ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ ମନୋରଞ୍ଜନ ପଟନାୟକ ଓ ମୁଖ୍ୟ ବକ୍ତା ଭାବେ ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସମାଜସେବୀ ବିପ୍ର ଚରଣ ପାତ୍ର ଯୋଗ ଦେଇ ଦୀର୍ଘ ଚାଳିଶରୁ ଊର୍ଦ୍ଧ୍ବ ବର୍ଷ ଧରି ରୋଟାରୀ କ୍ଲବ କିପରି ସମାଜ ସେବାରେ ନିଜକୁ ସାମିଲ କରିପାରିଛି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ଦିଗରେ ରୋଟାରୀ କ୍ଲବ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ ପ୍ରଶଂସିତ ମଧ୍ୟ ହୋଇଛି । କାର୍ମେଲ ସ୍କୁଲ ଅଧ୍ୟକ୍ଷ ଓ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ରବି ନାରାୟଣ ସୁବୁଦ୍ଧି, ପବନ କୁମାର ଅଗ୍ରୱାଲ, କେ. ଜ୍ଞାନ ଦୋରା, ପଦ୍ମ ଚରଣ ସ୍ୱାଇଁ, ଦେବେନ୍ଦ୍ର ପାତ୍ର, କୁନ୍ଦନ ସିଂହ, ପ୍ରକାଶ କୁମାର ପଣ୍ଡା, ପ୍ରସନ୍ନ ପଣ୍ଡା, ବିରାଜିନୀ ମହାପାତ୍ର, ଡି. ଅରୁଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାରମେଲ ଇଂରାଜୀ ମିଡ଼ିଅମ ସ୍କୁଲ, ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୫୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *