ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୟୁଥ ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ କୁ ପରିଚାଳନା କରିଥିଲେ ଖୋର୍ଦ୍ଧା ଜିଲ୍ଲା ନେହେରୁ ୟୁଥ କେନ୍ଦ୍ର ଯାହା ମିନିଷ୍ଟର ଅଫ ୟୁଥ ଆଣ୍ଡ ସ୍ପୋର୍ଟ୍ସ ଗଭରମେଣ୍ଟ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ! ଫେଷ୍ଟିଭାଲ କୁ ନିସ ଇଞ୍ଜିନିୟରିଙ୍ଗ କଲେଜ , ମଦନପୁର, ଖୋର୍ଦ୍ଧା ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ ହୋଇଥିବାରୁ ବିଭିନ୍ନ ଅଞ୍ଚଳରୁ ବହୁ କଳାକାର ଓ କଳା ନିକେତନ ର ସଦସ୍ୟ ଭାଗ ନେଇଥିଲେ , ଏଠାରେ ପେଣ୍ଟିଙ୍ଗ , ପୋଏମ ରାଇଟିଙ୍ଗ, ଫଟୋଗ୍ରାଫି ପତିଯୋଗିତା ଓ ସାଂସ୍କୃତିକ କଳା ପରିବେଷଣ ପରି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ଫେଷ୍ଟିଭାଲ ରେ ବାଣପୁରର ଅଗ୍ରଣୀ କଳା ନିକେତନ ମା ଭଗବତୀ କଳା ନିକେତନ ସହିତ ବାଲୁଗାଁ , ଟାଙ୍ଗି, ବାଲିପାଟଣା, ଭୁବନେଶ୍ୱର ରୁ ବହୁ ପ୍ରତିଯୋଗୀତା ଭାଗ ନେଇଥିଲେ । ବାଣପୁର ମା ଭଗବତୀ କଳା ନିକେତନ ର ଗୁରୁ ପ୍ରଭାକର ସ୍ୱାଇଁ ଓ ହରପ୍ରିୟା ବାରିକ ସହିତ ଆୟୁଷି ପାଟ୍ଟଯୋଶୀ, ବର୍ଷା ପ୍ରିୟଦର୍ଶିନୀ ମାର୍ଥା, ସ୍ମରଣିକା ଶତୃସଲ୍ୟ, ଅସ୍ମିତା ସାହୁ, ସୁହାନା ପ୍ରିତିସା, ରୂଚିସ୍ମିତା ଜେନା ଓଡିଶୀ ନୃତ୍ୟ ପରିବେଷଣ କରି ଜିଲ୍ଲା ରେ ତୃତୀୟ ସ୍ଥାନ ଅଧିକାର କରି ବାଣପୁର କୁ ଗୌରାବନ୍ବିତ କରିଛନ୍ତି । ବାଣପୁର ଅଞ୍ଚଳର ବୁଦ୍ଧିଜୀବୀ, ଆଇନଜୀବୀ ଓ ସମାଜସେବୀ ମାନେ ଅଭିନନ୍ଦନ ଜଣାଇଛନ୍ତି ।
ବାଣପୁର ମା ଭଗବତୀ କଳା ନିକେତନର ଜିଲ୍ଲା ସ୍ତରୀୟ କୃତୀତ୍ୱ !!!

