ସାନସିରେଇପୁର ଫରେଷ୍ଟ ବିଟ୍ ହାଉସ୍ ନିକଟରୁ ଚୋରା ଦେଶୀ ମଦ ଓ ସ୍କୁଟି ଜବତ : ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମା ଭଗବତୀଙ୍କର ଦଶହରା ପାଳନ ଅବସରରେ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଚୋରା ମଦ ବେପାରୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଆଜି ଅପରାହ୍ନରେ ବାଲୁଗାଁ ଅବକାରୀ ବିଭାଗର ଅଧିକାରୀ ଚଢ଼ାଉ କରି ବାଣପୁର ଓ ବିରିଯାଇ ଯିବା ରାସ୍ତା ସାନସିରେଇପୂର ଫରେଷ୍ଟ ବିଟ୍ ହାଉସ୍ ନିକଟରୁ ଏକ ସ୍କୁଟି ସହିତ ୬୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି ! ଗିରଫ ଅଭିଯୁକ୍ତ ନିରଞ୍ଜନ ଶବର ଏବଂ ତାଙ୍କ ଘର ବାଣପୁରର ଦାମିଆ ବରବରା ମାଳ ଅଞ୍ଚଳର ବୋଲି ଜଣା ପଡିଛି । ମଦ ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ଅଧିକାରୀ ଚଢ଼ାଉ କରିଥିଲେ । ପାର୍ବଣ ଋତୁରେ ସହର ଠାରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ଉତ୍ସବ ମୁଖରିତ ହୋଇ ଉଠୁଥିବା ବେଳେ ଚୋରା ମଦ ର ବେପାର ଜୀବନ ଓ ଜୀବନଧାରା ଉପରେ ଆଶଙ୍କା ସୃଷ୍ଟି କରୁଛି । ପୋଲିସ୍, ପ୍ରଶାସନ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଏ ବିଷୟରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ !

Leave a Reply

Your email address will not be published. Required fields are marked *