ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗ୍ରାମୀଣ ମହିିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ଶିକ୍ଷାବିତ୍ ବାଣପୁରର ପୂର୍ବତନ ନଗରପାଳ ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ୧୬ ତମ ଶ୍ରାଦ୍ଧୋବାର୍ଷିକ ଉତ୍ସବ ଗ୍ରାମିଣ ମହିିଳା ମହାବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଗ୍ରାମୀଣ ମହିିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ ସାହୁ, ମାଆ ଭଗବତୀ ଏଣ୍ଡାଓମେଣ୍ଟ ଅଫିସର ବାଳ ମୁକୁନ୍ଦ ଦାସ, ବାର ଆସୋସେସନ ସମ୍ପାଦକ ଜଗନ୍ନାଥ ଭୋଳ ଯୋଗଦେବା ସହ ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ପତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ବାଣପୁର ଗ୍ରାମୀଣ ମହିିଳା ମହାବିଦ୍ୟାଳୟର ବରିଷ୍ଠ ଅଧକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , କର୍ମକର୍ତ୍ତା ଓ ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ବାଣପୁର ଗ୍ରାମୀଣ ମହିିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ୧୬ ତମ ଶ୍ରାଦ୍ଧୋବାର୍ଷିକ ଉତ୍ସବ ପାଳିତ !!!

