ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଧରାବତରଣ କରିଛନ୍ତି ମା ଜଗତଜନନୀ ଦୂର୍ଗା ! ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ହୋଇ ଉଠିଛି ଉତ୍ସବମୁଖର ! ଦୀର୍ଘ ଦୁଇ ବର୍ଷ କରୋନା କଟକଣା ପରେ , ଏବେ ସ୍ଵାଭାବିକ ହୋଇଛି ଜୀଵନ ଯାତ୍ରା ! ଚଳିତ ବର୍ଷ ପୁଣି ଧୁମ୍ ଧାମ ରେ ପାଳନ ହେଉଛି ମା ଦୁର୍ଗା ଙ୍କ ପୂଜା ଉତ୍ସବ ! ସୁସଜ୍ଜିତ ଲାଇଟ୍ , ସୁଉଚ୍ଚ ତୋରଣ ଓ ମୃଣ୍ମୟୀ ମୂର୍ତ୍ତି ର ଚମକ ରେ ଚମକୁଛି ପୂଜା ମଣ୍ଡପ ! ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ଆୟୋଜନ ହୋଇଥିବା ବେଳେ ସାମନ୍ତରାପୁର ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଗହଳି ! ଯଥା ରୀତିନୀତି ଅନୁଯାୟୀ ମାଙ୍କର ପୂଜାର୍ଚ୍ଚନା ଚାଲିଛି ! ପବିତ୍ର ଷଷ୍ଠୀ ଠାରୁ ପୂଜା ଆରମ୍ଭ ହୋଇଥିବା ସମୟରେ ଆଜି ମା ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି ! ସ୍ଥାନୀୟ ପୂଜା କମିଟି ତରଫରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା କଥା ପ୍ରକାଶ କରିଛନ୍ତି ପୂଜା କମିଟିର ସଭାପତି ! ଭୁବନେଶ୍ୱର ପୁରୀ ମୁଖ୍ୟ ରାସ୍ତା ପାଖରେ ମା ଙ୍କର ପୂଜା ମଣ୍ଡପ ଥିବାରୁ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ପୂଜା କମିଟିର କୋଡିଏ ଜଣ ସ୍ବେଛାସେବୀ ନିୟୋଜିତ ଅଛନ୍ତି ! ଶ୍ରଦ୍ଧାଳୁ ମାନେ କିପରି ସୁବିଧାରେ ଆସି ମା ଙ୍କ ଦର୍ଶନ କରିପାରିବେ ସେଥିପାଇଁ କମିଟି ଯତ୍ନବାନ ଥିବା କଥା ପ୍ରକାଶ କରିଛନ୍ତି ବଜାର କମିଟିର କର୍ମକର୍ତ୍ତା !

