ପ୍ରିୟବନ୍ଧୁ ପକ୍ଷରୁ ଆଲୋଚନାଚକ୍ର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୁଜଙ୍ଗର ଅଗ୍ରଣୀ ସାହିତ୍ୟ ,ସଂସ୍କୃତି ଓ ସାମାଜସେବା ଅନୁଷ୍ଠାନ ପ୍ରିୟବନ୍ଧୁ ପକ୍ଷରୁ ଏକ ଆଲୋଚନାଚକ୍ର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଜଙ୍ଗ ସ୍ଥିତ ସୂଚନା ଭବନଠାରେ ପ୍ରିୟବନ୍ଧୁର ଅଧ୍ୟକ୍ଷ ନାଟ୍ୟକାର ରଘୁନାଥ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟ ପତ୍ରିକା ବିଶ୍ବମୁକ୍ତର ସମ୍ପାଦକ ଶଶାଙ୍କ ଚୂଡାମଣି , ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ , କୁଜଙ୍ଗ ବିଡ଼ିଓ ତଥା ବରିଷ୍ଠ ସ୍ତମ୍ଭକାର ସୌମ୍ୟଶ୍ରୀ ପାଣିଗ୍ରାହୀ , ପରଦାର ସମ୍ପାଦକ ସରୋଜ କୁମାର ପଟ୍ଟନାୟକ , ଉତ୍କଳ ସାହିତ୍ୟ ସମାଜର ଉପ-ସଭାପତି ଜୀବନାନନ୍ଦ ଅଧିକାରୀ , ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପୀତାମ୍ବର ତରାଇ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ନବୀନ କୁମାର ପ୍ରଧାନଙ୍କ କାବ୍ୟ ପୁସ୍ତକ ‘ କବିତା କୁଞ୍ଜ ’ ଉନ୍ମୋଚନ ହେବା ସହ କବିତା ପାଠ ଓ ପ୍ରତିଭା ସମ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *