ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଆଞ୍ଚଳିକ ଉନ୍ନତିରେ ବାଧକ ସାଜିଛନ୍ତି କାମଳ ସାମ୍ବାଦିକତା କରୁଥିବା ଲୋକ . ମିଥ୍ୟା କପୋଳ କଳ୍ପିତ ଖବର ପରିବେଷଣ କରି ବିଭ୍ରାନ୍ତ ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ . ବର୍ଷ ବର୍ଷ ଧରି ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଗମନାଗମନ ବ୍ୟବସ୍ଥାରେ ଆସି ପାରୁନଥିଲା ସୁଧାର . ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ କୋଶଳାଙ୍ଗ ଓ ଆଙ୍ଗିସିଙ୍ଗି ଗ୍ରାମବାସୀଙ୍କ ଦୁଃଖ କେହି ଶୁଣୁନଥିଲେ . ତେବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସହଯୋଗରେ ପୋଲ ନିର୍ମାଣ କରାଯିବା ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା | ଏହା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଥିଲା | ବର୍ତ୍ତମାନ ସମୟରେ କାମ ଆରମ୍ଭ ହୋଇଥିଲେ ସୁଦ୍ଧା କିଛି କୁଚକ୍ରୀ ଗୋଷ୍ଠୀ ସାମ୍ବାଦିକଙ୍କୁ ହାତ ବାରିସି କରି କାମ ବନ୍ଦ କରିବାକୁ ଉଦ୍ୟମ ଚଳାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଦୁଇ ଠିକାଦାର ଗୋଷ୍ଠୀଙ୍କୁ ନେଇ କିଛି ମିଥ୍ୟା ଅଭିଯୋଗ ଆଣି ଏଥିରେ ବ୍ଳକ ପ୍ରଶାସନକୁ ବଦନାମ କରିବା ସହ କାମ ବନ୍ଦ କରିବାକୁ ଉଦ୍ୟମ ଚାଲିଥିବା ଗ୍ରାମବାସୀ ମାନେ କହିଛନ୍ତି | ତେବେ ମିଥ୍ୟା ଅଭିଯୋଗ ଆଣିଥିବା କିଛି ଚାଟୁକାରଙ୍କ କଥାକୁ ଭୃକ୍ଷେପ ନକରି ଲୋକ ପାଇଁ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି |