ପବିତ୍ର ଦୁର୍ଗୋତ୍ସବ ଅବସରରେ ବାଣପୁରର ଦୁଇଟି ପ୍ରମୁଖ ସ୍ଥଳୀ ମା ବିରଜାଇ ଓ ମା ତାରେଣୀଙ୍କ ପୀଠ ଚଳଚଞ୍ଚଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଦୁର୍ଗୋତ୍ସବ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ମାଳ ଅଞ୍ଚଳ ନିଳାଦ୍ରୀପ୍ରସାଦ ପଞ୍ଚାୟତରେ ଥିବା ଆଉ ଦୁଇଟି ପ୍ରମୁଖ ଶକ୍ତିପୀଠ ମା ବିରଜାଇଁ ଓ ମା ତାରେଣୀଙ୍କ ପିଠ ଚଳଚଞ୍ଚଳ ହୋଇଉଠିଛି । ଏହି ପୀଠ ମାନଙ୍କରେ ଦୁର୍ଗୋତ୍ସବ ଧୂମଧାମରେ ପାଳିତ ହେଉଥିବା ବେଳେ ମା’ ଙ୍କର ଚଳନ୍ତି ପ୍ରତିମା କାଠି ଠାକୁରାଣୀ ସପ୍ତମୀ ରୁ ଘଣ୍ଟ ଘଣ୍ଟା ଖୋଳତାଳ ମସାଲ ଆଦି ଶୋଭାଯାତ୍ରାରେ ବିଜେ କରିଥାନ୍ତି । ମା ଦଶହରା ଯାଏ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ସମୟରେ ଭକ୍ତମାନେ ମା ‘ଙ୍କୁ ଫୁଲଚନ୍ଦନ ଦେଇ ବନ୍ଦାପନା କରିବା ସହ ମା ‘ଙ୍କ ନିକଟରେ ବିଭିନ୍ନ ସ୍ବାଦିଷ୍ଟ ଫଳମୂଳ ସମେତ ଖଇ ଉଖୁଡା ଓ ମିଷ୍ଟାନ୍ନ ଲାଗି କରିଥାନ୍ତି । ମା ‘ଙ୍କ ପାଖରେ ଶ୍ରଦ୍ଧାଳୁ ମାନଙ୍କ ରହିଛି ଅଗାଧ ଭରଷା ! ମନ ସ୍କାମନା ପୂର୍ଣ୍ଣ ପାଇଁ ଦୂର ଦୁରାନ୍ତରୁ ହଜାର ହଜାର ଭକ୍ତ ମା ‘ଙ୍କ ନିକଟରେ ଗୁହାରି ପଡି ଥାଆନ୍ତି । ମାଙ୍କୁ ଦର୍ଶନ କରିବା ନିମନ୍ତେ ଏହି ଶକ୍ତି ପୀଠ ମାନଙ୍କରେ ବହୁ ଭକ୍ତ ମାନଙ୍କର ସମାଗମ ହୋଇଥାଏ ।

Leave a Reply

Your email address will not be published. Required fields are marked *