ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ପବିତ୍ର କୁମାର ପୂର୍ଣ୍ଣିମା ଅବକାଶରେ ବାଙ୍କୀ କଚେରି ପଡିଆ ଠାରେ ଆରମ୍ଭ ହୋଇଛି ବାଙ୍କୀ ମହୋତ୍ସବ ୨୦୨୨ । ଆସନ୍ତା ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ କାର୍ଯ୍ୟକ୍ରମ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଛି । ରାଜ୍ୟ ଖଣି, ପୂର୍ତ୍ତ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତୁହରି ମହତାବ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ , ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ , କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ବାଙ୍କୀ ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥଲେ । ସେହିପରି ମୁଖ୍ୟ ବକ୍ତା ଭାବରେ ପ୍ରାଣୀଚିକିତ୍ସକ ତଥା ପ୍ରବଚକ କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେଇଥଲେ । ଦୀର୍ଘ ୨୨ ବର୍ଷ ଧରି ଏହାକୁ ପାଳନ କରି ଆସୁଥିବା ବାଙ୍କୀ ବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଅତିଥିମାନେ । କାର୍ଯ୍ୟକ୍ରମରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସଭାପତିତ୍ବ କରିଥିଲେ । ବାଙ୍କୀ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଡ଼ ଗଣେଶ୍ୱର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ ! ମୁଖ୍ୟ ଅତିଥି ବାଙ୍କୀରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ଦୁଇ ଜଣ ଡାକ୍ତର ଗଙ୍ଗାଧର ପରମଗୁରୁ ଓ ପଦ୍ମଲୋଚନ ପଣ୍ଡା ଙ୍କୁ ସମ୍ମାନ ଜନକ ଚର୍ଚ୍ଚିକା ସମ୍ମାନ ପ୍ରଦାନ କରିଥିଲେ । ସେହିପରି ଆଦର୍ଶ କୃଷକ ବେଣୁଧର ବ୍ରହ୍ମ, ଆଦର୍ଶ ଯୁବ କୃଷକ ପ୍ରସନ୍ନ କୁମାର ରାଉତରାୟ, ଶିକ୍ଷାବିତ ପ୍ରଦୀପ କୁମାର ବେଉରା , ନାଟ୍ୟ ନିର୍ଦ୍ଦେଶକ କେଦାର ଚନ୍ଦ୍ର ସାମଲ, ଜ୍ୟୋତିର୍ବିଦ ବିଚିତ୍ରାନନ୍ଦ ମହାପାତ୍ର, ସାମ୍ବାଦିକ ଲାଲା ସୁନିଲ ରଥ, ସମାଜସେବୀ ନିମାଇଁ ଚରଣ ଦାସ, ଶିକ୍ଷା ସଂଗଠକ ବସନ୍ତ କୁମାର ନାୟକ, ଆଦର୍ଶ ଶିକ୍ଷକ ବନ ବିହାରୀ ରଥ, ଶ୍ରେଷ୍ଠ ସରପଞ୍ଚ ମାନିନୀ ସାହୁ, ସମାଜସେବୀ ହରିହର ଖଟୁଆ ଓ ବାଉରୀ ବନ୍ଧୁ ସାହୁ, ସାଂସ୍କୃତିକ ସଂଗଠକ ସୁରେଶ ଚନ୍ଦ୍ର ମହାନ୍ତି, ପାଲା ଗାୟକ ଶତ୍ରୁଘ୍ନ ରଣା , ସଙ୍କୀର୍ତ୍ତନ ଗାୟକ ଅଜୟ କୁମାର ସାହୁ , ଦଳିତ ସଂଗଠକ ହରିବନ୍ଧୁ ନାଏକ , ଦକ୍ଷ ବିଶ୍ଵକର୍ମା ରାକେଶ କୁମାର ରଣା, କ୍ରୀଡା ସଂଗଠକ ସଦାଶିବ ଦାସ ଏବଂ ନାଟ୍ୟ କଳାକାର ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।
ଉଦଘାଟିତ ହେଲା ବାଙ୍କୀ ମହୋତ୍ସବ ୨୦୨୨ !!!

