ପାରଳାଖେମୁଣ୍ଡିରେ କୁମାର ଉତ୍ସବ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜି ଅପରାହ୍ନରେ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ପୁରାତନ ଅନୁଷ୍ଠାନ ରଙ୍ଗ ବେରଙ୍ଗ ଏବଂ ମହିଳା ଅନୁଷ୍ଠାନ ପ୍ରଗତି ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର କୁମାର ଉତ୍ସବ ମହା ସମାରୋହରେ ପାଳିତ ହୋଇସାରିଛି । ଓଡ଼ିଆ ତଥା ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଆଜିର ଯୁଗରେ ନିହାତି ଭାବେ ଯୁବପିଢୀ ସୁରକ୍ଷା ରଖିବା ଜରୁରୀ ବୋଲି ବକ୍ତା ମାନେ କହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପ୍ରଗତିର ସଂପାଦିକା ତନୁଜା ଶତପଥୀଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀ ଏବଂ ଗୃହିଣୀ ମାନଙ୍କ ମଧ୍ୟରେ ହୋଇଥିଲା । ତର୍କ, ଝୋଟି, ଶଙ୍ଖ, ହୁଳହୁଳି, ଚୁଡ଼ି ସଜ୍ଜା, ଅଳତା ,ମେହେନ୍ଦି, ପୂଚି, ଦଉଡ଼ି ଡ଼ିଆଁ , ନୃତ୍ୟ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ନରସିଂହ ଗୌଡ, ସ୍ବତନ୍ତ୍ର ଅତିଥି ଆଇବ୍ ମଣ୍ଡଳ (ଓ.ପ୍ର.ସେ), ମୁଖ୍ୟ ଅତିଥି ହରିମୋହନ ମୋହନ ପଟ୍ଟନାୟକ, ସମ୍ମାନିତ ଅତିଥି ଗୀତାରାଣୀ ପାଣିଗ୍ରାହୀ, ସଂଯୋଜକ ୟୁ ଟେକ ମୁଖ୍ୟ ଲୋକନାଥ ମିଶ୍ର, କାର୍ଯ୍ୟକାରିଣୀ ସଭାନେତ୍ରୀ କଳ୍ପନା ପଟ୍ଟନାୟକ, ଉପ ସଭାନେତ୍ରୀ ମାନସୀ ପଣ୍ଡା, ଭାଗବତ ପାଢ଼ୀ, ପ୍ରମୋଦ ଚନ୍ଦ୍ର ପାଢୀ, ସୌଦାଗର ସିଅ, ମୁରଲୀ ପରିଛା, ନମିତା ନାୟକ, ମୋହିନୀ ପ୍ରଧାନ ପ୍ରଭୃତି ଯୋଗଦାନ କରିଥିଲେ । ଏହି ଅବସରରେ ଗଜପତିର ବିଶିଷ୍ଟ ପ୍ରକୃତିପ୍ରେମୀ ବହୁମୁଖି ପ୍ରତିଭାଧର ତ୍ରିପତି ପ୍ରସାଦ ପଣ୍ଡାଙ୍କୁ ରଙ୍ଗବେରଙ୍ଗ ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ଶେଷରେ ବାବାଜୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆରୁପାଞ୍ଜଳି ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ତନିଶା ବେବର୍ତ୍ତା , ତାଇକଣ୍ଡୁ ବର୍ଷିତା ଦାସ ପ୍ରଦର୍ଶନ କରିଥିଲେ । ପ୍ରତିଯୋଗୀ ମାନଙ୍କୁ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *