ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଜଳବାୟୁ ପରିବର୍ତ୍ତନ କୁ ନେଇ ଦେଶ ଚିନ୍ତା ରେ ଥିବାବେଳେ , କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ଜଙ୍ଗଲ ତିଆରି କରିବା ସହ ପୁରୁଣା ଜଙ୍ଗଲ କୁ ସୁରକ୍ଷା ଦେବା ଓ ରାସ୍ତା ଚେକଡ୍ୟାମ ସହ ଲୋକଙ୍କୁ ଗଛ ଲଗାଇବା ସହ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ ନାରା ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ! ଏଥି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ଏହାର ସଫଳତା ଦେଖିବାକୁ ଯିବା ନୟାଗଡ଼ ଜିଲ୍ଲା ମହୀପୁର ବନାଞ୍ଚଳ ନୂଆଗାଁ ବ୍ଲକ ଗୁମୀ ବିଟହାଉସ ନିକଟସ୍ଥ ଲୁଣି ଜଙ୍ଗଲ କୁ ! ବିରାଟକାୟ ଶାଳ ପିଆଶାଳ ଟଳୁଛି ହେଲେ ବନବିଭାଗ ପାଖରେ ଖବର ନାହିଁ ଏବଂ ଖବର ମିଳିଲେ ମୁଳ ଗଛ ନେଉଛି କାଠ ମାଫିଆ ଡାଳ କୁ ସିଜ କରି ବାହାଦୁରୀ ନେଉଛି ବନବିଭାଗ । ଯାହାକୁ ନେଇ ସାଧାରଣ ଜନତା କୁହନ୍ତି ବନ କର୍ମଚାରୀଙ୍କ ପାଖରେ ଉନ୍ନତ ମାନର ଜ୍ଞାନ କୌଶଳ ସହ ଗାଡି ଘୋଡ଼ା ଥାଇ ମଧ୍ୟ କାଠ ମାଫିଆ ଙ୍କ ଟେର ପାଉନଥିବା ବନବିଭାଗର ପାରିବା ପଣିଆ ଉପରେ ସନ୍ଦେହ ସୃଷ୍ଟି ହେଉଛି । ଉକ୍ତ ଅଞ୍ଚଳ ରେ ପୁଣି ଛତୁ ଫୁଟିଲା ପରି ଫୁଟିଛି ଟିମ୍ବର ଡିପୋ ! ଗୁମୀ ଠାରୁ ବାହାଡ଼ାଝୋଲା ପକ୍କା ରାସ୍ତା ସୁହାଉଛି କାଠ ମାଫିଆ ଙ୍କୁ ବୋଲି ଚର୍ଚ୍ଚା ଜୋର ଧରିଛି ! ଟିମ୍ବର ଡିପ ସଠିକ୍ ଯାଞ୍ଚ କଲେ କାଠ ମାଫିଆ ଙ୍କ ଟେର ପାଇପାରନ୍ତା ବିଭାଗ ! ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ମହିପୁର ବନଖଣ୍ଡ ଅଧିନରେ ଥିବା ଗୁମି ବିଟ ଅନ୍ତର୍ଗତ ଲୁଣି ଜଙ୍ଗଲ ରୁ ବିପୁଳ ପରିମାଣର ଶାଳ କାଠ ରାତି ଅଧିଆ ଦୃବୁତ ମାନେ କାଟି ନେଉଥିବାର ଦେଖିବାକୁ ମିଳିଛି । ଗୁମି ବିଟରେ ଗଦା ଗଦା ନାଇଟ ଓ୍ବାଚର ଥିଲେ ହେଁ କୌଣସି କାର୍ଯ୍ୟ ରେ ଆସୁନଥିବା ଦେଖିବାକୁ ମିଳିଛି । ଏପରିକି ଜଙ୍ଗଲ ସଫା ହେବାକୁ ବସିଲାଣି କିନ୍ତୁ କର୍ମଚାରୀ କିମ୍ବା ଅଧିକାରୀଙ୍କ କୌଣସି ଦେଖାନାହିଁ, ଗ୍ରାମବାସୀ କହିବାର କଥା କାର୍ଯ୍ୟରତ ଫରେଷ୍ଟର ଏଠିକି କୌଣସି ବି ଦିନ ମଧ୍ୟ ଆସନ୍ତି ନାହିଁ । ଯାହା ଫଳରେ କି କାଠ ମାଫିଆ ବନବିଭାଗ କୁ ଖୋଲା ଚ୍ୟଲେଞ୍ଜ କରି ଜଙ୍ଗଲ ସଫା ରେ ସଫଳ ହେଉଛନ୍ତି ! ଖବର ପ୍ରକାଶ ପରେ ଏଥି ପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ସ୍ୱତନ୍ତ୍ର ଧ୍ୟାନ ଦେଇ କାଠ ମାଫିଆ ଙ୍କ କବଳ ରୁ ଜଙ୍ଗଲ କୁ ଉଦ୍ଧାର କରୁଛନ୍ତି କି ଜଙ୍ଗଲ ସଫା ହେଉଛି ଆଗାମୀ ଦିନ ରେ ଦେଖିବାକୁ ବାକି ରହିଲା !
ବନବିଭାଗ କୁ କାଠ ମାଫିଆ ଙ୍କ ଖୋଲା ଚ୍ୟାଲେଞ୍ଜ : କୋମାରେ ବନ କର୍ମଚାରୀ !!!

