ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ପ୍ରସିଦ୍ଧ ଶୈବପୀଠ ଉମାମହେଶ୍ଵର ଦେବଙ୍କ ମନ୍ଦିର ପରିସରରେ ଜଣେ ମହିଳା ଦ୍ଵୀପ ଲଗାଉଥିବା ବେଳେ ଶାଢ଼ୀରେ ନିଆଁ ଲାଗି ଯିବାରୁ ଗୁରୁତର ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଲେ ସ୍ଥାନୀୟ ଭେଶରି ଗ୍ରାମର ସନ୍ତୋଷ ମହାପାତ୍ର ଙ୍କ ପତ୍ନୀ ବବିତା ମହାପାତ୍ର । କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବାରୁ ଉମାମହେଶ୍ଵର ଦେବଙ୍କ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଥିଲା । ସନ୍ତୋଷ ଓ ତାଙ୍କ ପତ୍ନୀ ବବିତା ମନ୍ଦିର ପରିସରରେ ଦ୍ଵୀପ ଲଗାଉଥିଲେ । ତେବେ ଅସାବଧାନତା ବଶତଃ ବବିତା ମୁଣ୍ଡିଆ ମାରୁଥିବା ବେଳେ ହଠାତ୍ ତାଙ୍କ ଚୁଟିରେ ନିଆଁ ଲାଗିଯାଇଥିଲା ଏବଂ ପରେ ଶାଢ଼ୀକୁ ନିଆଁ ଧରିଥିଲା । ନିମିଷକ ମଧ୍ୟରେ ତାଙ୍କର ଅର୍ଦ୍ଧାଧିକ ଶରୀର ପୋଡି ଯାଇଥିଲା । ନିକଟରେ ଛିଡ଼ା ହୋଇଥିବା ଅନ୍ୟା ଶ୍ରଦ୍ଧାଳୁ ତାଙ୍କର ଏପରି ଅବସ୍ଥା ଦେଖି ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା , ପ୍ରାଥମିକ ଚିକିତ୍ସା ପରେ ସେଠାରେ ତାଙ୍କ ଅବସ୍ଥା ଗରୁତର ହେବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ସେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡି ଯାଇଛି ।