ଗଜଲକ୍ଷ୍ମୀ ମେଢ଼ରେ ଚମକୁଛି ଧଳାପଥର ବଜାର !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଧଳାପଥର ବଜାରରେ ମହା ସମାରୋହରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍କକ ଅନ୍ତର୍ଗତ ଧଳାପଥର ଏବଂ କୋଦୁଅବେରେଣି ଗ୍ରାମରେ କୁମାର ପୂର୍ଣ୍ଣିମା ଅବସରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ଧଳାପଥର ବଣିକ ସଂଘ ତରଫରୁ ପାଳିତ ହେଉଥିବା ଗଜଲକ୍ଷ୍ମୀ ପୂଜା ବହୁ ପୁରାତନ । ବହୁ ବର୍ଷ ଧରି ଏଠାରେ ବାଦିପାଲା ପରମ୍ପରା ହୋଇଆସୁଛି । ଆଧୁନିକତାରେ ପାଲା ପରିବେଷଣର ଦର୍ଶକ କମିଥିଲେବି, ଧଳାପଥର ପୂଜାମଣ୍ତପ ପାଲା ଦେଖିବାକୁ ଆଖପାଖର ଲୋକ ସଂଧ୍ୟାରୁ ଜାଗା ବାଛି ବସନ୍ତି । ଆଗରୁ ଶଗଡରେ ବସି ପାଲା ଦେଖିବାକୁ ନୟାଗଡ ଦଶପଲ୍ଲାରୁ ଲୋକ ଧଳାପଥର ଆସିଥାନ୍ତି । ସମଗ୍ର ଓଡିଶାରେ ଧଳାପଥର ଗ୍ରାମର ଅରଟରେ ହାତ ବୁଣା ପରଦା କଳା ପ୍ରସିଦ୍ଧି ଲାଭ କରିଛି । ପ୍ରଥମ ଦିନରେ କୋଦବରେଣୀ ପୂଜାମଣ୍ତପରେ ରାମ ନାଟକ ମଂଚସ୍ଥ ହୋଇଛି । କୋଭିଡ କଟକଣା ପାଇଁ ଦୁଇବର୍ଷ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାବେଳେ ଚଳିତବର୍ଷର ପାଲା ନାଟକକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *