୯୩୪ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

କେନ୍ଦୁଝର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇ ନଥିବା ବେଳେ ଚଳିତ ମାସର ପାର୍ବଣର ଭିଡ଼କୁ ଆଖି ଆଗରେ ରଖି କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିନ୍ମୟ ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଫାଉଣ୍ଡେସନର ଦିନ ସଂଖ୍ୟା ୯୩୧ ରୁ ୯୩୪ପର୍ଯ୍ୟନ୍ତ ୪ ଦିନ ଧରି ଲୋକମାନଙ୍କୁ ସଚେତନ କରାଇବା ସହ ଓଡିଶା ସରକାରଙ୍କର କରୋନା ଗାଇଡ଼ ଡିସେମ୍ବର – ୩୧ ସମ୍ପର୍କରେ ଅବଗତ କରାଯାଇଥିଲା l ଏତଦ୍ଭିନ୍ନ ଲୋକମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ,ହ୍ୟାଣ୍ଡ ଗ୍ଳୋବ୍ସ ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଯୋଗାଇ ଦିଆଯାଇଥିଲା l ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ନୀଳିମା ମଲ୍ଲିକ, ରଶ୍ମିତା ଜେନା, ରକି ଦାସ, ଦୁର୍ଗା ପ୍ରସାଦ ରାଉତ, ବିଶ୍ୱଜିତ ମଲ୍ଲିକ, ସତ୍ୟଜିତ ବାରିକ, ଦୀପ୍ତି ରଞ୍ଜନ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *