କନ୍ଦରପୁରରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷା କଟକ ସଦର ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କନ୍ଦରପୁର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଶିବିରକୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉଦଘାଟନ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମ ଥିବା ୯୪୬ ଜଣ ପଞ୍ଜିକୃତ ହୋଇଥିଲେ l ସେମାନଙ୍କୁ ବିଭିନ୍ନ ବିଭାଗର ଡାକ୍ତର ପରୀକ୍ଷା କରିଥିବା ବେଳେ ସେମାନଙ୍କୁ ପଂଚାୟତ ସ୍ତରରେ ପ୍ରମାଣ ପତ୍ର ଯୋଗାଇ ଦିଆଯିବ ବୋଲି ଜଣାଯାଇଛି l ଅନ୍ୟପକ୍ଷରେ ଅଫଲାଇନ ସାର୍ଟିଫିକେଟ ପାଇଥିବା ଭିନ୍ନକ୍ଷମ ମାନେ ଅନଲାଇନ ସାର୍ଟିଫିକେଟ ପାଇବାକୁ ଆବଶ୍ୟକତା ଦୃଷ୍ଟିରୁ ଆବେଦନ କରିଥିଲେ l ୨୩ ଗୋଟି ପଂଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ଶତାଧିକ ଭିନ୍ନକ୍ଷମ ଓ ସେମାନଙ୍କର ସହଯୋଗୀଙ୍କୁ ଆଣିଥିବା ବେଳେ ଶିବିର ରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା l ଶିବିର ପରିଚାଳନାରେ କନ୍ଦରପୁର କଲେଜ ଅଧକ୍ଷ ସାରଦା ପ୍ରସାଦ ମହାପାତ୍ର, ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ, ଅଧ୍ୟାପକ ବିଜୟ ପାତ୍ର, କଟକ ସଦର ପଂଚାୟତ ସମିତି ଉପାଧ୍ୟାକ୍ଷା ଅମ୍ବିକା ପାତ୍ର, ପୂର୍ବତନ ଉପାଧ୍ୟାକ୍ଷ ବିଭୁତି ଭୂଷଣ ପରିଡା, ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା, ଆତ୍ମା ସଭାପତି ରଜନୀ କାନ୍ତ ସାହୁ , କନ୍ଦରପୁର ପଞ୍ଚାୟତ ସରପଞ୍ଚ ସୁଭାଷିନୀ ରାଉତ, ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ, ଯୁବ ସମାଜ ସେବୀ ନିରଞ୍ଜନ ବେହେରା, କାଳନ୍ଦୀ ସ୍ୱାଇଁ, ଜିତେନ୍ଦ୍ର ସାହୁଙ୍କ ସମେତ ବ୍ଲକ ରସମସ୍ତ ଅଧିକାରୀ ସହାୟତା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *