ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୁରକ୍ଷା ଅଧିକାରୀ କେ.ସୁନିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନ ଦିବସ ଉପରେ ଆଲୋଚନା କରିଥିଲେ । କିଶୋରୀ ବାଳିକା ମାନଙ୍କର ଅଦ୍ୱିକା ବିଷୟରେ ସମ୍ପୃକ୍ତ ଭାବରେ ଆଲୋଚନା କରିଥିଲେ । ସଖୀ ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ନାୟକ ବର୍ତ୍ତମାନର ସମୟ ” ଆମ ଅଧିକାର ଆମର ସମୟ ” ସମ୍ପର୍କରେ ବର୍ଣ୍ଣନା କରିବା ସହ ବାଲ୍ୟବିବାହ , କନ୍ୟାଭୃଣ ହତ୍ୟା ବିଷୟରେ ଉପସ୍ଥିତ ବାଳିକା ମାନଙ୍କୁ ବୁଝାଇଥିଲେ । ଅନିତା ମିଶ୍ର ବାଳିକା ମାନଙ୍କର ଶିକ୍ଷା , ସ୍ବାସ୍ଥ୍ୟ , ପୋଷଣ ଓ ଆଇନଗତ ଅଧିକାର ଉପରେ ଗୁରୁତ୍ବାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏସ୍.କିରଣ , ଶିକ୍ଷୟତ୍ରୀ ପ୍ରଶାଦିନୀ ବେବର୍ତ୍ତା ଓ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସୁନିତା ରଥ , ନିରୁପମା ଜେନା , ପି.ପୁଷ୍ପଲତା , ଦିବ୍ୟ କୁମାର ସୁଆରଙ୍କ ସମେତ ବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ମଧୁସ୍ମିତା ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ନିକଟରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା ।

Leave a Reply

Your email address will not be published. Required fields are marked *