ଡାଳତୋଳା ଗଜଲକ୍ଷ୍ମୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା : ଝୁମିଲେ ଦର୍ଶକ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ବଜାର କମିଟି ପକ୍ଷରୁ ମହାସମାରୋହରେ ଆୟୋଜିତ ହେଉଛି ଗଜଲକ୍ଷ୍ମୀ ମହୋତ୍ସବ । ମହୋତ୍ସବର ଚତୁର୍ଥ ଦିନରେ ଉପଦେଷ୍ଟା ନିରଞ୍ଜନ ସାମନ୍ତସିଂହାରଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଜଟଣୀ ବିଧାୟକ ସୁର ରାଉତରାୟ ମୁଖ୍ୟ ଅତିଥି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟବକ୍ତା, ସମାଜସେବୀ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ମହମ୍ମଦ ମୋହିଉଦ୍ଦିନ ଅହମ୍ମଦ , ମଦନ ମୋହନ ସାହୁ, ସ୍ଥାନୀୟ ଚିକିତ୍ସାଳୟର ଚିକିତ୍ସକ ଜ୍ଞାନ ରଞ୍ଜନ ପରିଡା, ସ୍ଥାନୀୟ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁରଲୀଧର ପରିଡା, ଆଇନଜୀବୀ ଶିଶିର କୁମାର ପରିଡା, ରାଉତପଡା ସରପଞ୍ଚ ଶାନ୍ତିଲତା ଦାସ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବ ସମସ୍ତଙ୍କୁ ଏକତ୍ର କରି ଭାବର ବିନିମୟ କରିଥାଏ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ରତିକାନ୍ତ କହଲସିଂହ ସଂଯୋଜନା କରିଥିବା ବେଳେ ଶିକ୍ଷକ ଗଣେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଆଞ୍ଚଳିକ କଳାକାରଙ୍କ ଦ୍ଵାରା ନୃତ୍ୟ, ପ୍ରଜ୍ଞା ହୋତା ମେଲୋଡି ଗୃପ ଓ ବେଗୁନିଆ ଜୟମା ଦୁର୍ଗା ମେଲୋଡି ଗୃପ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *