ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ଅଭିଯୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତେଜନା ଦେଖା ଦେଇଥିଲା । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କ ଦ୍ଵାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଡାକ୍ତରଖାନା ପରିସରରେ ଗ୍ରାମବାସୀ ଓ ପରିବାର ଲୋକ ପ୍ରତିବାଦ କରିଥିଲେ । ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଅନୀଲ ବିଷୋୟୀଙ୍କ ପୁଅ ଆୟୁଷର ରାତିରେ ପେଟ କାଟିବାରୁ ପରିବାର ଲୋକେ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ନ ଥିବାରୁ ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଡାକ୍ତର ନଥିବାରୁ ନର୍ସଙ୍କ ଦ୍ଵାରା ଚିକିତ୍ସା ଚାଲିଥିବା ସମୟରେ ଆୟୁଷଙ୍କ ମୃତ୍ୟୁ ଘଟିଥିବା କଥା ଆୟୁଷ ଙ୍କ ବାପା ଅଭିଯୋଗ କରିଛନ୍ତି । ମୃତ ଦେହ ରଖି କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀ ଓ ପରିବାର ଲୋକେ ପ୍ରତିବାଦ କରିଥିଲେ । ଅନ୍ୟ ପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି ସି ଡ଼ି ଏମ୍ ଓ ଗଣମାଧ୍ୟମକୁ ସୂଚନା ଦେଇ ଥିବାର ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *