ଜଗତସିଂହପୁର ରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ : ଚଣ୍ଡୀପୁରରେ ସଚେତନତା କର୍ମଶାଳା !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇନାହିଁ l ଏବେବି ଭାରତରେ ଦୈନିକ ଦୁଇ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି । ଚଳିତ ମାସର ବିଭିନ୍ନ ପାର୍ବଣର ଭିଡ଼କୁ ଆଖି ଆଗରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଫାଉଣ୍ଡେସନର ଦିନ ସଂଖ୍ୟା ୯୩୫ ରୁ ୯୩୮ ପର୍ଯ୍ୟନ୍ତ ଚାରି ଦିନ ଧରି ଲୋକ ମାନଙ୍କୁ ସଚେତନ କରାଇବା ସହ ଓଡିଶା ସରକାରଙ୍କର କରୋନା ଗାଇଡ଼ ଲାଇନ୍ ଡିସେମ୍ବର-୩୧ ସମ୍ପର୍କରେ ଅବଗତ ଓ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏତଦ୍ଭିନ୍ନ ଲୋକମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ,ହ୍ୟାଣ୍ଡ ଗ୍ଳୋବ୍ସ ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଯୋଗାଇ ଦିଆଯାଇଥିଲା । ବିଶେଷତଃ ଜଗତସିଂହପୁର ଜିଲ୍ଲାର ଶାରଳା ମନ୍ଦିର, ଗୋରଖନାଥ ମନ୍ଦିର ସମେତ ବିଭିନ୍ନ ମନ୍ଦିର ନିକଟସ୍ଥ ଭିକ୍ଷୁକ ତଥା ବିଭିନ୍ନ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି ।

ସେହିପରି ଯାଜପୁର ଜିଲ୍ଲାର ଦଶଥପୁର ବ୍ଲକ ଅନ୍ତର୍ଗତ ଚଣ୍ଡୀପୁରଠାରେ ଫାଉଣ୍ଡେସନର କର୍ମକର୍ତ୍ତା ମାନଙ୍କୁ ନେଇ ଆମେ ଖାଉଥିବା ବିଷାକ୍ତ ପନି ପରିବା ଓ ଫଳ ଗୁଡ଼ିକର ବିଷ ପ୍ରତିକ୍ରିୟାକୁ ନଷ୍ଟ କରିବା ନିମନ୍ତେ ଫାଉଣ୍ଡେସନ ପକ୍ଷରୁ ସଚେତନ ବ୍ୟକ୍ତି ମାନଙ୍କୁ ମାଗଣାରେ ବଣ୍ଟା ଯାଉଥିବା ଇନଷ୍ଟାୱାସ ଲିକ୍ୟୁଇଡର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାନନବାଳା ମହାନ୍ତି, ଗୀତାଞ୍ଜଳି ପଟ୍ଟନାୟଙ୍କ ସମେତ ସମସ୍ତ ସଭ୍ୟ / ସଭ୍ୟା ମାନେ ଯୋଗଦାନ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ନୀଳିମା ମଲ୍ଲିକ, ରଶ୍ମିତା ଜେନା, ରକି ଦାସ, ଦୁର୍ଗା ପ୍ରସାଦ ରାଉତ, ବିଶ୍ୱଜିତ ମଲ୍ଲିକ, ସତ୍ୟଜିତ ବାରିକ, ଦୀପ୍ତି ରଞ୍ଜନ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

 

Leave a Reply

Your email address will not be published. Required fields are marked *