ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ! ଏହି ବ୍ଳକ ବର୍ତ୍ତମାନ ମଧ୍ୟ ସମସ୍ୟା ଘେରରେ ରହିଛି । ଜନ ସାଧାରଣ ବ୍ଳକ କାର୍ଯ୍ୟାଳୟ କୁ ଅନେକ ସମସ୍ୟା ବିଷୟରେ ଲିଖିତ ଅଭିଯୋଗ ପତ୍ର ଆଣିଥିଲେ ମଧ୍ୟ କେବେ କୌଣସି ସରକାରୀ ଅଧିକାରୀ ଲୋକଙ୍କ ସମସ୍ୟା ବିଷୟରେ ବୁଝି ନ ଥିଲେ । କିନ୍ତୁ ଗତ କିଛି ଦିନ ତଳେ ଆର ଉଦୟଗିରି ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଲରୀମନ ଖର୍ସେଲ ନୂତନ ଅଧିକାରୀ ଦାୟିତ୍ବ ନେଲା ପରେ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ତାଙ୍କର ନିଷ୍ଠାପର କାର୍ଯ୍ୟ , ସାଧାରଣ ଲୋକଙ୍କ ପାଖକୁ ନିଜେ ଯାଇ ସରକାରର ପ୍ରତ୍ୟେକ ଯୋଜନା କିପରି ଲୋକମାନେ ପାଇବେ ଏଥି ନିମନ୍ତେ ନିଜେ ବିଡ଼ିଓ ଲରୀମନ ଖର୍ସେଲ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ସମସ୍ୟାର ସମାଧାନ କରୁଛନ୍ତି । ତାଙ୍କର ଏହି ସମସ୍ତ ନିଷ୍ଠାପର କାର୍ଯ୍ୟ ଦେଖି ଅଞ୍ଚଳ ବୁଦ୍ଧିଜୀବୀ ମାନେ ତାଙ୍କୁ ପ୍ରଶଂସା ନକରି ରହିପାରୁ ନାହାନ୍ତି ଏବଂ ଏଥି ପୂର୍ବରୁ ଆମ ବ୍ଳକରେ ବିଡ଼ିଓ ଲରୀମନ ଖର୍ସେଲ ମହାଶୟଙ୍କ ପରି ଉତ୍ତମ ସରଳ ଅଧିକାରୀଙ୍କୁ ଦେଖିନାହୁଁ ଓ ଆମ ବ୍ଳକ ବାସୀଙ୍କ ସୌଭାଗ୍ୟ ଯେ ତାଙ୍କ ପରି ନିଷ୍ଠାପର ସରଳ ଉତ୍ତମ ବିଡ଼ିଓ ପାଇଛୁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।
ବିଡ଼ିଓ ହେବ ତ ଏମିତି : ବ୍ଳକ ବାସୀ କହୁଛନ୍ତି ଆମ ବିଡିଓ ନମ୍ବର ୱାନ !!!

